ରାଜ୍ୟରେ ଫଳପ୍ରଦ ହୋଇଛି ଲକ୍‌ଡାଉନ୍ କଟକଣା: ଅବଧି ବୃଦ୍ଧି ନେଇ କିଛି ଏଭଳି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ପିକ୍ ପାର କରିସାରିଛି  । ଏବେ ଧୀରେଧୀରେ ସଂକ୍ରମଣ ପୂରା କମିଯିବ  । ପଜିଟିଭ୍ ହାର କମିକି ୧୪ପ୍ରତିଶତରେ ପହଁଚିଲାନି । ଯାହା ପୂର୍ବରୁ ୨୦ ପ୍ରତିଶତ ଥିଲା ।  ଏହା ରାଜ୍ୟ ପାଇଁ ଏକ ଖୁସିର ଖବର  । ଲକଡାଉନକୁ ସଫଳତାର ସହ ଲାଗୁ କରାଯିବାରୁ ରାଜ୍ୟ ଏହି ସଫଳତା ହାସଲ କରିପାରିଛି । ଏଣୁ ଲକଡାଉନ ଅବଧି ଆହୁରୀ ଦୁଇ ସପ୍ତାହ ବୃଦ୍ଧି କରାଯାଉ ବୋଲି ଯୁକ୍ତି ବାଢ଼ିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ ମିଶ୍ର । ସୂଚନା ଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଗତ ୨ ଦିନ ହେଲା କମ୍ ରହିଛି । ଗତ ୨୫ ତାରିଖରେ ରାଜ୍ୟରେ ମୋଟ ୧୧୬୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୬ ତାରିଖରେ ୬ହଜାର ୭୨୩ ଜଣ ଓ ୨୭ ତାରିଖରେ ମୋଟ ୭ହଜାର ୨୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧା ଅପେକ୍ଷା କଟକରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୦୯୧, ଖୋର୍ଦ୍ଧାରୁ ୮୦୯, କେନ୍ଦ୍ରାପଡାରୁ ୪୮୭, ଢେଙ୍କାନାଳରୁ ୪୨୮, ଅନୁଗୁଳରୁ ୪୦୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୩୩୧, ଭଦ୍ରକ ଓ ରାୟଗଡ଼ାରୁ ୨୪୬ଜଣ ଲେଖାଏଁ, ନବରଙ୍ଗପୁରରୁ ୨୪୨, ଯାଜପୁର ଓ ସମ୍ବଲପୁରରୁ ୨୪୧ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରାପୁଟରୁ ୨୨୦, ବାଲେଶ୍ବରରୁ ୨୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୮୪, ଜଗତସିଂହପୁରରୁ ୧୮୩, ନୟାଗଡ଼ରୁ ୧୬୪, କଳାହାଣ୍ଡି ଓ ଗଞ୍ଜାମରୁ ୧୫୦ଜଣ ଲେଖାଏଁ, ବୌଦ୍ଧରୁ ୧୪୮, ଷ୍ଟେଟପୁଲରୁ ୧୪୬, ମାଲକାନିଗିରିରୁ ୧୩୫, ବଲାଙ୍ଗୀରରୁ ୧୩୦, ପୁରୀରୁ ୧୧୦, କନ୍ଧମାଳରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୋନପୁରରୁ ୭୪, କେନ୍ଦୁଝରରୁ ୭୨, ଦେଓଗଡ଼ରୁ ୬୮, ନୂଆପଡାରୁ ୬୬, ଝାରସୁଗୁଡାରୁ ୬୪, ଗଜପତିରୁ ୩୮, ମୟୂରଭଞ୍ଜରୁ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୩୫ହଜାର ୧୭୯ ସଂକ୍ରମିତ । ପଜିଟିଭ ସଂଖ୍ୟା ୭ଲକ୍ଷ ୩୯ହଜାର ୯୫୫ରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

Leave a Reply