ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ : ୪ ଫୁଟ ଉପରକୁ ଉଠିଲାଣି ସମୁଦ୍ର ଜୁଆର, ପବନର ଘଣ୍ଟାପ୍ରତି ବେଗ ୧୦୦ କି.ମି
1 min readବାଲେଶ୍ୱର: ବାତ୍ୟା ୟାସ୍ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ବାତ୍ୟା ୟାସ୍ ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ୫୦ କିଲୋମିଟର ଦୂରରେ ରହିଥିବା ବେଳେ ଏବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାର ପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି ।
Landfall process has begun, will take 3-4 hours to complete. Maximum impact will be in Balasore and Bhadrak districts. Wind speed will about 100kmph in Mayurbhanj dist also . Pray God to help people of the state. @CMO_Odisha @IPR_Odisha @osdmaodisha @SRC_Odisha @SecyChief
— Pradeep Jena IAS (@PradeepJenaIAS) May 26, 2021
ପବନର ବେଗ ୧୦୦ରୁ ୧୨୦ କି.ମି ଥିବା ସୂଚନା । ସମୁଦ୍ର ଜୁଆର ମଧ୍ୟ କୂଳ ଲଙ୍ଘିବାରେ ଲାଗିଛି । ଆଜି ପୂର୍ଣ୍ଣିମା ହୋଇଥିବାରୁ ସମୁଦ୍ରରେ ଉଚ୍ଚା ଜୁଆର ମଧ୍ୟ ଦେଖିବାକୁ ମିଳିଛି । କିଛି କିଛି ଜାଗାରେ ଗଛ ଡ଼ାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଅପରପକ୍ଷରେ ଆନନ୍ଦପୁରରେ ଜଣେ ଲୋକଙ୍କ ଗଛ ପଡ଼ି ମୃତ୍ୟୁ ଘଟିଛି ।
ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୩-୪ ଘଣ୍ଟା ଯାଏଁ ଏହି ପ୍ରକ୍ରିୟା ଜାରି ରହିବ ବୋଲି ସୂଚିନା ଦେଇଛନ୍ତି । ଲ୍ୟାଣ୍ଡଫଲ୍ ସମୟ ବାତ୍ୟା ବେଳରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ସମୟରେ ହିଁ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଥାଏ । ଏହି ସମୟରେ ଆଦୈ ଘରୁ ବାହାରିବା ଉଚିତ୍ ନୁହେଁ । ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଏହାର ଅଧିକ ପ୍ରଭାବ ଦେଖାଯିବ ।
https://www.youtube.com/watch?v=epdFGxwUHaU