କରୋନା ଡ୍ୟୁଟି ବେଳେ ମୃତ୍ୟୁ ଘଟିଲେ ଅଙ୍ଗନଓ୍ୱାଡି କର୍ମୀ ଓ ସୁପରଭାଇଜରଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା

ଭୁବନେଶ୍ୱର:  ଅଙ୍ଗନଓ୍ୱାଡି ଏବଂ ସୁପରଭାଇଜରଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆର୍ଥିକ ଅନୁକମ୍ପା ରାଶି ଘୋଷଣା କଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ପ୍ରବାହରେ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ବେଳେ ମୃତ୍ୟୁ ଘଟିଲେ ମିଳିବ ୫୦ ଟଙ୍କାର ଆର୍ଥିକ ସହାୟତା । ପୂର୍ବରୁ ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଏବଂ ଏହା ଅନୁଯାୟୀ ମୃତ କରୋନା ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହିତ ସାମ୍ୱାଦିକଙ୍କ ପାଇଁ ମଧ୍ୟ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର ।  ସୂଚନା ଯୋଗ୍ୟ ଯେ, ମେ’ ୨୪ରୁ ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ଡୋର୍‌ ଟୁ ଡୋର୍ ସର୍ଭେ ଚାଲିବ । ଯେଉଁଥିରେ ଗ୍ରାମାଞ୍ଚଳରେ ଆଶା ଓ ଅଙ୍ଗନଓ୍ୱାଡି କର୍ମୀ ଘର ଘର ସ୍କ୍ରିନିଂ କରିବେ । ଫଳରେ କରୋନା ସଂକ୍ରମିତ ଚିହ୍ନଟ ହୋଇପାରିବେ ଏବଂ ଏହାକୁ ଅଧିକ ବ୍ୟାପିବାରୁ ରୋକାଯାଇପାରିବ ।

ଏଥିସହିତ ପଢ଼ନ୍ତୁ: ‘ୟାସ୍’ ଭେରୀ ସିଭିୟର ସାଇକ୍ଳୋନ୍ କିନ୍ତୁ ମହାବାତ୍ୟାର ରୂପ ନେବ ନାହିଁ: ମୃତ୍ୟୁଞ୍ଜୟ ମହାପାତ୍ର

ଏଥିସହିତ ଗତକାଲି  ଓପିଟିସିଏଲ ପକ୍ଷରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି । ୟାସ୍‌ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚୀରୀ । ଏବଂ ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି । ହେଲେ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ । ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି ।

Leave a Reply