ଅନ୍‌ଲାଇନ୍‌ ମୋବାଇଲ୍ ଗେମ୍‌ରେ ଟଙ୍କା ହାରିବା ପରେ ଆତ୍ମହତ୍ୟା

ବାସୁଦେବପୁର: କାଳ ହେଲା ମୋବାଇଲ ଗେମ୍ । ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ରେ ହାରିବା ପରେ ଜୀବନ ହାରିଛନ୍ତି ଯୁବକ । ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗଦି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନରେନ୍ଦ୍ର ନାୟକଙ୍କ ୧୮ ବର୍ଷୀୟ ପୁଅ ଶ୍ରୀତମ  ନିଜ ସାଙ୍ଗ ସାଥିଙ୍କ ସହ ମିଶି ଗତକାଲି ପବ୍‌ଜି ଓ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ହେଲେ ଏହି ଅନ୍‌ଲାଇନ୍‌ ଗେମରେ ଟଙ୍କା ହାରିବା ପରେ ମାନସିକ ଭାରସାମ୍ୟ ହରାଇ ଘର ପାଖରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୋରରୁ ପରିବାର ଲୋକ ଶ୍ରୀତମଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଖବର ପାଇ କସିଆ ସାମୁଦ୍ରିକ ଥାନାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ଋଣ ଟଙ୍କା ସୁଝି ନପାରିବାରୁ ସାନ ସଡ଼ୁକୁ ହତ୍ୟା କଲା ବଡ଼ ସଡ଼ୁ

Leave a Reply