କରୋନା ପାଇଁ ଆସନ୍ତାକାଲିଠାରୁ ୨୭ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ
1 min readକଟକ: ରାଜ୍ୟ ସହ କଟକ ସହରରେ ବଢ଼ୁଥିବା ସଂକ୍ରମଣକୁ ଦେଖି ହାଇକୋର୍ଟ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ହାଇକୋର୍ଟର ଏକାଧିକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ମେ ୧୯ ତାରିଖରୁ ଓଡ଼ିଶା ହାଇକୋର୍ଟ ମେ ୨୭ ତାରିଖ ଯାଏ ବନ୍ଦ ସଟଡାଉନ୍ ରହିବ । ୨୮ ତାରିଖରେ ଖୋଲିବ ହାଇକୋର୍ଟ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
During this period, only extremely urgent matters may be mentioned before the Registrar (Judicial) through email [email protected] between 11 am to 12 Noon, explaining the extreme urgency. It will then be placed before the Hon'ble Chief Justice for appropriate direction.
— I & PR Department, Odisha (@IPR_Odisha) May 19, 2021
ଏହି ସମୟରେ ଜରୁରୀ ମାମଲା ଶୁଣାଣି ହେବ । ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ନିକଟରେ ପୂର୍ବରୁ ଧାର୍ଯ୍ୟ ମାମଲା ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ଅନୁସାରେ ଶୁଣାଣି ହେବ । ଏହି ସମୟରେ ଅଭ୍ୟାସ କରୁଥିବା ଆଇନଜୀବୀଙ୍କୁ ବିରତ ରହିବା ପାଇଁ କୋର୍ଟ ଅନୁରୋଧ କରିଛନ୍ତି । ୨୮ ତାରିଖ ପରେ କୋର୍ଟ ଖୋଲିଲେ ସରକାରଙ୍କ ଲକଡାଉନ୍ ଅନୁଯାୟୀ କୋଭିଡ କଟକଣାରେ କୋର୍ଟ କାର୍ଯ୍ୟ ଚାଲିବ ।