ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ୨-ଡିଜିକୁ ଦିଲ୍ଲୀ ଏମ୍ସକୁ ପଠାଗଲା

1 min read

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଆସିଲା ନୂଆ ଔଷଧ । କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ପାଇଁ ଡିଆରଡିଓ ପ୍ରସ୍ତୁତ କରିଥିବା 2-ଡିଜି ଔଷଧକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭାରମ୍ଭ କରିଛନ୍ତି । ଏହାପରେ ଔଷଧକୁ ଦିଲ୍ଲୀ ଏମ୍‌ସ ହସ୍ପିଟାଲକୁ ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦିଲ୍ଲୀ ଏମ୍‌ସକୁ 2-ଡିଜି ଔଷଧ ପ୍ରଦାନ କରିଛନ୍ତି । ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧ କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ବିରୋଧରେ କାର୍ଯ୍ୟ କରୁଥିବା ବେଳେ କରୋନା ଆକ୍ରାନ୍ତଙ୍କୁ ଗୁରୁତର ହେବାକୁ ଦେବନାହିଁ । ଆଜିଠୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର ହେବ ୨-ଡିଜି ଔଷଧ । ୨-ଡିଜି ନାମକ ଏହି ଔଷଧକୁ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ‘ଡିଆର୍‌ଡିଓ’ ଲ୍ୟାବ୍‌ ପ୍ରସ୍ତୁତ କରିଛି। ପୂର୍ବରୁ 2-ଡିଜିର ଜୁରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ 2-ଡିଜି ଔଷଧ ସଫଳ ହୋଇଥିବା ଜଣାପଡିଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ୭୫୭ କରୋନା ସଂକ୍ରମିତ ଚିହ୍ନଟ

Leave a Reply