ମାଓବାଦୀଙ୍କ ବର୍ବରକାଣ୍ଡ; ଘରୁ ଡାକି ନେଇ ପୋଲିସ ଅଧିକାରୀଙ୍କୁ ହତ୍ୟା
1 min readସୁକୁମା: ଛତିଶଗଡ ସୀମାନ୍ତ ସୁକୁମାରେ ମାଓବାଦୀ ମାନେ ବର୍ବରକାଣ୍ଡ ଘଟାଇଛନ୍ତି। ମାଓବାଦୀ ମାନେ ଘରୁ ଡାକି ନେଇ ଜଣେ ଅତିରିକ୍ତ କନେଷ୍ଟବଳଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ପେନ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
Chhattisgarh: A Police jawan was killed allegedly by naxals, near his house in Penta, Sukma last night.
His wife says, "We were sleeping when 5 people entered our house. He tried to escape but they caught him. They demanded keys to his tractor & phone. Then they killed him." pic.twitter.com/BB4rkBsRbf
— ANI (@ANI) May 12, 2021
ସୂଚନା ଅନୁଯାୟୀ, ଘରକୁ ଛୁଟିର ଆସିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟାରେ ଅତିରିକ୍ତ କନେଷ୍ଟବଳଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ଲାଠି ଓ ଧାରୁଆ ଅସ୍ତ୍ରରେ ମାଓବାଦୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ପତ୍ନୀ କହିଛନ୍ତି ଯେ ଆମେ ଶୋଇଥିବା ବେଳେ ୫ଜଣ ଘରେ ପଶି ଯାଇଥିଲେ । ଯାାହା ପରେ ସେମାନେ ମୋ ସ୍ୱାମୀଙ୍କୁ ଧରିବା ସହ ଟ୍ରାକ୍ଟର ଚାବି ଓ ଫୋନ୍ ମାଗିଥିଲେ । ପରବର୍ତ୍ତୀ ସମୟରେ ସେମାନେ ତାଙ୍କୁ ହତ୍ୟା କରିଥିଲେ ।