ସଂକ୍ରମଣ ସହ ରାଜ୍ୟରେ ସବୁ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ
2 min readଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି କରୋନା ମାମଲା । ରାଜ୍ୟରେ ମହାମାରୀ ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସଂକ୍ରମଣ ମାମଲା ସର୍ବାକାଳୀନ ରେକର୍ଡ ଭାଙ୍ଗିଥିବା ବେଳେ ଦୈନିକ ମୃତ୍ୟୁ ମଧ୍ୟ ବଢ଼ିଛି । ଗତକାଲି ୧୨ ହଜାର ୨୩୮ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।
Regret to inform the demise of nineteen numbers of Covid positive patients while under treatment in hospitals.
1.A 35 years old male of Angul district who was also suffering from Diabetes Mellitus
2.A 63 years old female of Bhubaneswar who was also suffering from Hypertension
— H & FW Dept Odisha (@HFWOdisha) May 7, 2021
ଏଥିସହ ପଢ଼ନ୍ତୁ- ସବୁ ରେକର୍ଡ ଭାଙ୍ଗିଲା ସଂକ୍ରମଣ, ଦିନକରେ ୧୨ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ
ଅନୁଗୁଳରୁ ଜଣେ, ଖୋର୍ଦ୍ଧାରୁ ୪ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ଜଣେ, ଦେବଗଡ଼ରୁ ଜଣେ, ଗଞ୍ଜାମରୁ ୨ ଜଣ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, ପୁରୀରୁ ୨ ଜଣ, ସୁନ୍ଦରଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।
8.A 60 years old male of Gajapati district.
9.A 29 years old female of Jharsuguda district.
10.A 55 years old female of Kalahandi district.
11.A 52 years old female of Khurdha district.
— H & FW Dept Odisha (@HFWOdisha) May 7, 2021
ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ ଅତିକ୍ରମ ରହିଛି । ଏଯାବତ୍ ୪ ଲକ୍ଷ ୨୩ ହଜାର ୨୫୭ ଜଣ ସଂକ୍ରମିତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୮୬ ହଜାର ୯୫୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ୧୯ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୧୪୦କୁ ବୃଦ୍ଧି ପାଇଛି ।
17.A 37 years old female of Sundargarh district.
18.A 50 years old male of Sundargarh district.
19.A 58 years old female of Sundargarh district.
— H & FW Dept Odisha (@HFWOdisha) May 7, 2021
ସଂକ୍ରମଣ ଭଳି ମୃତ୍ୟୁ ମାମଲାରେ ଆଗରେ ରହିଛି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ । ରେଡ୍ ଜୋନରେ ଥିବା ଏହି ୨ ଜିଲ୍ଲାରେ ପ୍ରତିଦିନ ସର୍ବାଧିକ ସଂକ୍ରମିତ ମାମଲା ସହ ମୃତ୍ୟୁ ହେଉଛି ।