ଦେଶରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ପ୍ରବାହ, ଡରାଇଲାଣି ତୃତୀୟ ଲହର…
1 min readନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଛି । ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର କଣ ଦେଶରେ ଲକଡାଉନ୍ ଲଗାଇବାକୁ ବିଚାର କରୁଛନ୍ତି ? କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏଭଳି ସମ୍ଭାବନାକୁ ଏଡ଼ାଇ ଯାଇ ନାହିଁ । ନୀତି ଆୟୋଗ ସଦସ୍ୟ ଡକ୍ଟର ବିକେ ପାଲ୍ କହିଛନ୍ତି, ଜାତୀୟ ଲକଡାଉନ୍ ବିକଳ୍ପ ନେଇ ଆଲୋଚନା ଚାଲିଛି ।
ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ସହ ପାଖାପାଖି ୪ ହଜାର ମୃତ୍ୟୁ ହେଉଥିବା ବେଳେ କୋଭିଡ୍-୧୯ ଟାସ୍କ ଫୋର୍ସ ମୁଖ୍ୟଙ୍କ ଏଭଳି ବୟାନ ବେଶ୍ ଗୁରୁତ୍ୱବହନ କରୁଛି । ସେ କହିଛନ୍ତି, ସରକାର ଏବେର ସ୍ଥିତି ଦେଖି ନିର୍ଦ୍ଦେଶନାମା ଜାରି କରିଛନ୍ତି । କଡ଼ା ପ୍ରତିବନ୍ଧକ ଆବଶ୍ୟକତା ହେଉଛି । ଆହୁରି କଡ଼ା ପ୍ରତିବନ୍ଧକର ଆବଶ୍ୟକତାର ବିକଳ୍ପ ନେଇ ଆଲୋଚନା କରାଯାଉଛି । ଯେଉଁ ନିଷ୍ପତ୍ତି ନିଆଯିବା ଆବଶ୍ୟକ ହେବ ନିଆଯିବ ।
A phase three is inevitable, given the higher levels of circulating virus but it is not clear on what time scale this phase three will occur. We should prepare for new waves: K VijayRaghavan, Principal Scientific Advisor to Centre pic.twitter.com/c6lRzYaV2q
— ANI (@ANI) May 5, 2021
ନୀତି ଆୟୋଗ ସଦସ୍ୟ କହିଛନ୍ତି, ସ୍ଥାନୀୟ ସ୍ଥିତି ଆଧାରରେ ରାଜ୍ୟ ସରକାର ୧୦ ପ୍ରତିଶତ ଅଧିକ ସଂକ୍ରମଣ ହାର ଦେଖି ଜିଲ୍ଲାରେ ପ୍ରତିବନ୍ଧକ ଜାରି କରିପାରିବେ । ଅନ୍ୟପଟେ ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଭଳି ରାଜ୍ୟରେ ଲକଡାଉନ୍, କର୍ଫ୍ୟୁ, ନାଇଟ୍ କର୍ଫ୍ୟୁ, ୱିକେଣ୍ଡ ସଟଡାଉନ୍ ସତ୍ତ୍ୱେ କରୋନା ମାମଲା ଥମୁନି । ଏସବୁ ଭିତରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ୍ ନେଇ ଚର୍ଚ୍ଚା ହେଉଛି ।
ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ପ୍ରଭାବକୁ ଦେଖି ବିଗତ କିଛିଦିନ ହେଲା ଲକଡାଉନ୍ ଦାବି ହେଉଛି । ରାଜନେତାଙ୍କ ସହ ବିଶେଷଜ୍ଞ ମଧ୍ୟ ଦେଶବ୍ୟାପୀ ଲକଡାଉନ୍ ଲଗାଇବା ପାଇଁ ସ୍ୱର ଉଠାଇଲେଣି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ସମ୍ପୂର୍ଣ୍ଣ ଲକଡାଉନ୍ ପାଇଁ ଦାବି ଉଠାଇଛନ୍ତି ।
ଆମେରିକାର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ଏଣ୍ଟନି ଫାଉଚି ମଧ୍ୟ ଭାରତରେ ଲକଡାଉନ୍ ସପକ୍ଷରେ ଅଛନ୍ତି । ଲକଡାଉନ୍ ହିଁ ସଂକ୍ରମଣ ଗତିକୁ ରୋକିବ ବୋଲି ସେ କହିଛନ୍ତି । ଗୁରୁବାର ଦେଶରେ କରୋନାର ରେକର୍ଡ ସଂଖ୍ୟକ ମାମଲା ଚିହ୍ନଟ ହୋଇଛି । ଦିନକରେ ୪.୧୨ ଲକ୍ଷ ସଂକ୍ରମଣ ମାମଲା ଆସିଥିବା ବେଳେ ୪ ହଜାର ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ୩ ଲକ୍ଷ ପାର୍ କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲନାଡ଼ୁ ଆଦି ରାଜ୍ୟରେ ସବୁଠୁ ଅଧିକ ମାମଲା ଆସୁଛି । ଦୁନିଆରେ ସବୁଠୁ ଅଧିକ କରୋନା ସଂକ୍ରମିତ ମାମଲା ଭାରତରେ ଚିହ୍ନଟ ହେଉଛି ।
ଗୋଟିଏ ପଟେ ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଯୁଝୁଥିବା ବେଳେ ବିଶେଷଜ୍ଞ ତୃତୀୟ ଲହରର ଚେତାବନୀ ଦେଇଛନ୍ତି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କହିଛନ୍ତି, କରୋନାର ତୃତୀୟ ପ୍ରବାହ ନିଶ୍ଚିତ ଆସିବ । ତେବେ ଏହା କେବେ ଆସିବ ଅନୁମାନ କରି ହେବନାହିଁ । ଦେଶରେ କରୋନାର ଦ୍ୱିତୀୟ ପ୍ରବାହ ବେଳେ ସ୍ୱାସ୍ଥ୍ୟାସେବାର ବିପର୍ଯ୍ୟସ୍ଥ ଚିତ୍ର ପଦାରେ ପଡ଼ିଛି । ତ ପ୍ରଶ୍ନ ଉଠୁଛି ଦେଶ କରୋନାର ତୃତୀୟ ପ୍ରବାହର ସାମ୍ନା କେମିତି କରିବ ?
ଏଥିସହ ପଢ଼ନ୍ତୁ- ‘ଭାରତରେ ନିଶ୍ଚୟ ଆସିବ କରୋନାର ତୃତୀୟ ପ୍ରବାହ, ଟାଳି ହେବନି’
ଗୁରୁବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ ତୃତୀୟ ପ୍ରବାହକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ସରକାରଙ୍କୁ ଏବେଠୁ ପ୍ରସ୍ତୁତ ହେବାକୁ ପଡ଼ିବ । କାରଣ ତୃତୀୟ ପ୍ରବାହ ଶିଶୁଙ୍କୁ ପ୍ରଭାବିତ କଲେ ଚିକିତ୍ସା ସହ ବାପାମାଆଙ୍କ ଅବସ୍ଥା ଭାବିବାକୁ ପଡ଼ିବ । ଏଥିସହ ଡକ୍ଟର୍ସ, ନର୍ସଙ୍କ ସହ ବିକଳ୍ପ ଯୋଜନା ପ୍ରସ୍ତୁତ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି ।