spot_img

Latest Posts

ନିଜ ମୃତ୍ୟୁର ଗୁଜବ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ମିନାକ୍ଷୀ: ଆମେରିକାରୁ ପଠାଇଲେ ଫଟୋ

ମୁମ୍ବାଇ: ୮୦-୯୦ ଦଶକର ଜଣାଶୁଣା ଓ ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀଙ୍କ ମୃତ୍ୟୁକୁ ନେଇ ରବିବାର ସନ୍ଧ୍ୟାରେ ଗୁଜବ ସୃଷ୍ଟି ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ନାନା ଖବର ସାମ୍ନାକୁ ଆସିଥିଲା । କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଥିଲା ।

କିନ୍ତୁ ଏହି ଗୁଜବର ସତ ସାମ୍ନାକୁ ଆସିଛି । ନିଜ ସହ ଜଡିତ ଏହିଭଳି ନକାରାତ୍ମକ ଖବର ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ନିଜେ ଅଭିନେତ୍ରୀ ମିନାକ୍ଷୀ ଶିଷାଦ୍ରୀ । ସୋସିଆଲ ମିଡ଼ିଆ ଜରିଆରେ ସେ ନିଜେ ଖବରର ସତ୍ୟତା ଜଣାଇଛନ୍ତି । ଆମେରିକାର ଡଲାସ ସହରରେ ନିଜ ସ୍ୱାମୀ ଓ ଦୁଇ ଶିଶୁଙ୍କ ସହ ରହୁଥିବା ମିନାକ୍ଷୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସୟୋର କରିଛନ୍ତି । ଫଟୋ ସୟୋର କରି ସେ ଲଖେିଛନ୍ତି, ‘ଡାନ୍ସ ପୋଜ’।  ଏହି ପୋଷ୍ଟ ଜରିଆରେ ସେ ନିଜର ମୃତ୍ୟୁ ଗୁଜବକୁ ଖଣ୍ଡନ କରିଛନ୍ତି । ଅବଶ୍ୟ ଏହା ଉପରେ ସନ୍ଦେହ ରହିଛି ଯେ, ଏହା ତାଙ୍କର ଅଫିସିଆଲ ଆଇଡି ଅଟେ କି ନହେଁ କାରଣ ଏଥିରେ କୌଣସି ବ୍ଲୁ ଟିକ୍ ନାହିଁ ।

ମାନାକ୍ଷୀ ଶିଷାଦ୍ରୀ ଅଭିନୟ ଛାଡ଼ିବାର ବହୁ ବର୍ଷ ବିତିଗଲାଣି । ଅଭିନେତ୍ରୀ ନିଜ ବୈବାହିକ ଜୀବନରେ ବ୍ୟସ୍ତ ଅଛନ୍ତି ଏବଂ ଦୀର୍ଘ ସମୟ ଧରି ଲାଇମ ଲାଇଟରୁ ଦୂରରେ ରହୁଛନ୍ତି । ଅଭିନେତ୍ରୀ ଜଣଙ୍କ ନିଜ ସ୍ୱାମୀ ଏବଂ ଦୁଇ ଶିଶୁଙ୍କ ସହ ଆମେରିକାରେ ରହୁଛନ୍ତି ।

୧୯୮୧ ମସିହାରେ ଆୟୋଜିତ ହୋଇଥିବା ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ ମିନାକ୍ଷୀ । ସତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ୧୯୮୩ ମସିହାରେ ଫିଲ୍ମ ପେଣ୍ଟର ବାବୁ ଜରିଆରେ ଫିଲ୍ମ ଜଗତରେ ପାଦ ଦେଇଥିଲେ ମିନାକ୍ଷୀ । ଫିଲ୍ମ ସୁପରହିଟ୍ ହୋଇଥିଲା । ୧୯୮୫ ମସିହାରେ ହରିଶ ମୈସୁର ନାମକ ଜଣେ ଇନଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କ ସହ ବିବାହ କରିଥିଲେ। ଏହାପରେ ସେ ସ୍ୱାମୀଙ୍କ ସହ ଆମେରିକା ଚାଲିଯାଇଥିଲେ। ତାପରେ ସେ ଦୁଇ ଶିଶୁର ମା’ ହୋଇଥିଲେ । ଡଲାସରେ ସେ ଏକ ଡାନ୍ସ ସ୍କୁଲ ମଧ୍ୟ ଚଳାନ୍ତି। ତାଙ୍କର ଶଷେ ଫିଲ୍ମ ଥିଲା ଘାତକ । ଏଥିରେ ସେ ସନ୍ନି ଦେଓଲଙ୍କ ସହ ଅଭିନୟ କରିଥିଲେ। ଫିଲ୍ମ ୧୯୯୬ରେ ରିଲିଜ ହୋଇଥିଲା।

ମିନାକ୍ଷୀ ପେଣ୍ଟର ବାବୁ, ଆୱାରା ବାପ, ଘର ହୋ ତୋ ଐସା, ଇନାମ ଦଶ ହଜାର, ଲଭର ବଏ, ଆଂଧୀ ତୁଫାନ, ସ୍ଵାତି, ମେରୀ ଜଙ୍ଗ, ଡକାଏତ୍, ଜୁର୍ମ, ଗଙ୍ଗା ଯମୁନା ସରସ୍ୱତୀ, ଘରାନା, ପରିବାର, ଘାୟଲ, ଦାମିନୀ ଭଳି ହଟ୍ ଫିଲ୍ମରେ କାମ କରିଛନ୍ତି।

Latest Posts

Don't Miss