spot_img

Latest Posts

ଆଇପ୍ୟାକରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର, ଆଉ କରିବେନି ନିର୍ବାଚନୀ ମ୍ୟାନେଜମେଣ୍ଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ୧୦୦ ଆସନରୁ ଅଧିକ ଜିତିବ ନାହିଁ ,ଯଦି ଯିତେ ତେବେ ମୁଁ ନିର୍ବାଚନୀ ପ୍ରଚାର କାମରୁ ସନ୍ୟାସ ନେଇଯିବି । ପଶ୍ଚିମବଙ୍ଗରେ ଭୋଟ୍ ପଡୁଥିବା ବେଳେ ଏହି ଘୋଷଣା କରିଥିଲେ ଆଇପ୍ୟାକ ମୁଖ୍ୟ ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋରଙ୍କ ଦାବି ସତ୍ୟ ପ୍ରମାଣିତ ହୋଇଛି । ଏହା ସତ୍ୱେ ଆଉ ନିର୍ବାଚନ ମ୍ୟାନେଜମେଣ୍ଟ୍ କାମ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି ପ୍ରଶାନ୍ତ କିଶୋର । ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହା କହିଛନ୍ତି।

ପ୍ରଶାନ୍ତ କହିଛନ୍ତି ଯେ, ମୁଁ କେବେ ମଧ୍ୟ ଏହି କାମ କରିବାକୁ ଚାହୁଁ ନଥିଲି । କିନ୍ତୁ ଘଟଣାଚକ୍ରରେ ଏହା ଭିତରକୁ ପ୍ରବେଶ କରିଥିଲି। ଏବେ ବ୍ରେକ୍ ଚାହୁଁଛି । ଆଗକୁ ମୁଁ ଆଉ ଏ କାମ କରିବି ନାହିଁ । ଆଇପ୍ୟାକରେ ମୋଠାରୁ ଅଧିକ ଯୋଗ୍ୟ ବ୍ୟକ୍ତି ରହିଛନ୍ତି। ସେମାନେ ଆଇପ୍ୟାକକୁ ଆଗକୁ ନେବେ।

ତେବେ ନିର୍ବାଚନୀ ମ୍ୟାନେଜମେଣ୍ଟରୁ ଅବ୍ୟାହତି ନେବା ପରେ ସେ ଆଉ କ’ଣ କରିବେ ବୋଲି ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କିଛି ତ’ କରିବି କିନ୍ତୁ ତା ଆଗକୁ ଜଣା ପଡ଼ିବ।

ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ କିଶୋର ୨୦୧୪ରେ ବିଜେପି ପାଇ ରଣନୀତି ତିଆରି କରିଥିଲେ । ମୋଦି ଆନେ ୱାଲେ ହୈ ତାଙ୍କ ଆଇଡିଆ ଥିଲା । ତେବେ ବିଜେପି ସହିତ ମତଭେଦ ପରେ ସେ ବିହାରରେ ନୀତିଶ କୁମାର ଓ ଜେଡିୟୁ ପାଇଁ ରଣନୀତି ତିଆରି କରିଥିଲେ । ୨୦୧୫ରେ ନୀତିଶ ଓ ଲାଲୁଙ୍କ ମେଣ୍ଟ କ୍ଷମତାକୁ ଫେରିବା ପରେ ନୀତିଶ ତାଙ୍କୁ ଜେଡିୟୁର ଉପ ସଭାପତି ଭାବେ ନିଯୁକ୍ତ କରିଥିଲେ । କିନ୍ତୁ ନୀତିଶ ପୁନଃ ଏନଡିଏକୁ ଫେରିବା ପରେ ପ୍ରଶାନ୍ତ ଅଲଗା ରାସ୍ତାରେ ଯାଇଥିଲେ।

ଟିଏମସି ପକ୍ଷରୁ ତାଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଅନୁବନ୍ଧିତ କରାଯାଇଥିଲା ।

Latest Posts

Don't Miss