spot_img

Latest Posts

ସଂକ୍ରମଣରେ ରେକର୍ଡ; ଦିନକରେ ରାଜ୍ୟରୁ ଚିହ୍ନଟ ହେଲେ ୧୦ ହଜାର ୪୧୩ ସଂକ୍ରମିତ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ପୂର୍ବ ସବୁ ରେକର୍ଡକୁ ଅତିକ୍ରମ କରିଛି । ପ୍ରଥମ ଥର ଲାଗି ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫ ହଜାର ୮୮୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ  ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୫୨୬ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨ ଗୋଟି ଜିଲ୍ଲାରୁ ହଜାରେରୁ ଅଧିକ ଦୈନିକ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦ ପଜିଟିଭ୍ କେସ୍ ଆସିଛି ।

ଅନୁଗୁଳରୁ ୩୯୨ ଜଣ, ବାଲେଶ୍ୱରରୁ ୧୨୪ ଜଣ, ବରଗଡ଼ରୁ ୫୧୧ ଜଣ, ଭଦ୍ରକରୁ ୨୦୧ ଜଣ, ବଲାଙ୍ଗିରରୁ ୧୬୦ ଜଣ, ବୌଦ୍ଧରୁ ୮୭ ଜଣ, କଟକରୁ ୮୨୮ ଜଣ, ଦେବଗଡ଼ରୁ ୧୦୩ ଜଣ, ଢେଙ୍କାନାଳରୁ ୪୨ ଜଣ, ଗଜପତିରୁ ୧୫୬ ଜଣ, ଗଞ୍ଜାମରୁ ୨୩୨ ଜଣ, ଜଗତସିଂହପୁରରୁୁ ୨୪୧ ଜଣ, ଯାଜପୁରରୁ ୩୩୨ ଜଣ, ଝାରସୁଗୁଡ଼ାରୁ ୪୪୨ ଜଣ, କଳାହାଣ୍ଡିରୁ ୩୭୬ ଜଣ, କନ୍ଧମାଳରୁ ୫୫ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, କେନ୍ଦୁଝରରୁ ୧୨୬ ଜଣ, ଖୋର୍ଦ୍ଧାରୁ ୧ ହଜାର ୭୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କୋରାପୁଟରୁ ୬୮ ଜଣ, ମାଲକାନଗିରିରୁ ୫୪ ଜଣ, ମୟୂରଭଞ୍ଜରୁ ୨୪୭, ନବରଙ୍ଗପୁରରୁ ୩୭୮, ନୟାଗଡ଼ରୁ ୨୧୮, ନୂଆପଡ଼ାରୁ ୪୧୮, ପୁରୀରୁ ୫୩୩, ରାୟଗଡ଼ାରୁ ୨୦୦, ସମ୍ବଲପୁରରୁ ୪୨୬, ସୋନପୁରରୁ ୧୩୦, ସୁନ୍ଦରଗଡ଼ରୁ ୧୧ ଶହ ଏବଂ ଷ୍ଟେଟ ପୁଲରୁ ୩୬୦ଟି ମାମଲା ଆସିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ୧୦ ହଜାର ୪୧୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ୧୧ ଜଣଙ୍କ ମୃତ୍ୟୁସହ ମୋଟ କୋଭିଡ୍ ମୃତ୍ୟୁ ୨ ହଜାର ୫୪ରେ ପହଞ୍ଚି ଥିବାବେଳେ ଏବେ ରାଜ୍ୟରେ ୬୭ ହଜାର ୮୬ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Latest Posts

Don't Miss