ଦେଶରେ ୨ ଲକ୍ଷ ଟପିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଥମିବାର ନାଁ ନେଉନି । ଲଗାତାର ସପ୍ତମ ଦିନରେ ଦେଶରେ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ପ୍ରତିଦିନ କରୋନା ନୂଆ ନୂଆ ରେକର୍ଡ କରୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ବିଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାର ୯୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
India reports 3,60,960 new #COVID19 cases, 3293 deaths and 2,61,162 discharges in the last 24 hours, as per Union Health Ministry
Total cases: 1,79,97,267
Total recoveries: 1,48,17,371
Death toll: 2,01,187
Active cases: 29,78,709Total vaccination: 14,78,27,367 pic.twitter.com/ZfG2CWNMzu
— ANI (@ANI) April 28, 2021
ସେହିଭଳି କରୋନାରେ ୩ ହଜାର ୨୯୩ ଜଣ ଆଖି ବୁଜିଛନ୍ତି । ୨୪ ଘଣ୍ଟାରେ କରୋନାକୁ ୨ ଲକ୍ଷ ୬୧ ହଜାର ୧୬୨ ଜଣ ମାତ୍ ଦେଇଛନ୍ତି । ସୋମବାର ଦେଶରେ ୩ ଲକ୍ଷ ୨୩ ହଜାର ୨୩ଟି ମାମଲା ଚିହ୍ନଟ ହୋଇଥିଲା ।
ଦେଶରେ କରୋନା ସ୍ଥିତି
ମୋଟ କରୋନା ଆକ୍ରାନ୍ତ- ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭
ମୋଟ ସୁସ୍ଥ- ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧
ସକ୍ରିୟ ସଂକ୍ରମଣ ମାମଲା- ୨୯ ଲକ୍ଷ ୭୮ ହଜାର ୭୦୯
ମୋଟ ମୃତ୍ୟୁସଂଖ୍ୟା- ୨ ଲକ୍ଷ ୧ ହଜାର ୧୮୭