ଡରାଉଛି କରୋନା, ବିଗତ ୨୪ ଘଣ୍ଟାରେ ଦେଶରେ ୨୬୨୪ ଜଣଙ୍କ ମୃତ୍ୟୁ
1 min readନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ପ୍ରବାହର ଆତଙ୍କ ପ୍ରତିଦିନ ବଢ଼ୁଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ସବୁ ପୁରୁଣା ରେକର୍ଡକୁ ଭାଙ୍ଗିଛି । ୨୪ ଘଣ୍ଟାରେ ୨ ହଜାର ୬୨୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ସକ୍ରିୟ ସଂକ୍ରମଣ ମାମଲା ବୃଦ୍ଧି ପାଇ ୨୫ ଲକ୍ଷ ୫୨ ହଜାର ୯୪୦ରେ ପହଞ୍ଚିଛି । ଗତକାଲି ୧୯ ହଜାର ୮୩୮ ଜଣ କରୋନାକୁ ମାତ୍ ଦେଇଛନ୍ତି ।
India reports 3,46,786 new #COVID19 cases, 2,624 deaths and 2,19,838 discharges in the last 24 hours, as per Union Health Ministry
Total cases: 1,66,10,481
Total recoveries: 1,38,67,997
Death toll: 1,89,544
Active cases: 25,52,940Total vaccination: 13,83,79,832 pic.twitter.com/ExbQhoN65D
— ANI (@ANI) April 24, 2021
ଦେଶରେ କରୋନା ସ୍ଥିତି
ମୋଟ ମାମଲା- ୧ କୋଟି ୬୬ ଲକ୍ଷ ୧୦ ହଜାର ୪୫୧
ମୋଟ ମୃତ୍ୟୁ- ୧ ଲକ୍ଷ ୮୯ ହଜାର ୫୪୪
ମୋଟ ଆରୋଗ୍ୟ- ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭
ମୋଟ ଟିକାକରଣ- ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨
ଦେଶରେ ଏବେ କରୋନା ଆରୋଗ୍ୟ ହାର ୮୩.୯୨ ପ୍ରତିଶତ ରହିଛି । ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ୧.୧୫ ପ୍ରତିଶତ ଥିବାବେଳେ ଦେଶର ମୋଟ ସକ୍ରିୟ ସଂକ୍ରମଣ ମାମଲାରୁ ୫୯ ପ୍ରତିଶତ ୫ଟି ରାଜ୍ୟରୁ ରହିଛି । ୫ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ କେରଳରେ କରୋନାର ସ୍ଥିତି ସଙ୍ଗୀନ ରହିଛି ।