ସପ୍ତାହାନ୍ତ ସଟଡାଉନ ସମୟରେ ୧ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ
1 min readଭୁବନେଶ୍ୱର: କରୋନା କଟକଣା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିବୃତି । ଶନିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସଟଡାଉନ କରାଯାଇଛି । ତେବେ ସଟଡାଉନ ସମୟରେ ୧ ଘଣ୍ଟା ପାଇଁ କଟକଣାରେ କୋହଳ ନେଇ ନିଆଯାଇଛି ନିଷ୍ପତ୍ତି । ଶନିବାର ଓ ରବିବାର ସକାଳେ ୧ ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ ।
ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ ପାଇଁ କଟକଣା କୋହଳ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଶୁକ୍ରବାର ସନ୍ଧ୍ୟାରୁ ନାଇଟ୍ କର୍ଫ୍ୟୁ ଶନିବାର ସକାଳ ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ସଟଡାଉନ ସମୟରେ କ୍ଷୀର, ପେଟ୍ରୋଲ ପମ୍ପ , ଡାକ୍ତରକଖାନା ଓ ମେଡିସିନ୍ ଦୋକାନ ଆଦି ଖୋଲା ରହିବ ।
ଏଥିସହ ପଢ଼ନ୍ତୁ- ନାଇଟ୍ କର୍ଫ୍ୟୁ ପରେ ସପ୍ତାହନ୍ତ ସଟଡାଉନ୍, ଆପଣ କେତେ ପ୍ରସ୍ତୁତ ?
କାହାକୁ ଅନୁମତି ?
ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।
ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।
ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।
ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।
ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।
ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।
ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।
ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।
କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।
ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।
ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।
ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।
ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।
ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।
କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।
ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।