ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ନଦୀକୁ ଖସି ପଡ଼ିଲା ଜିପ୍‌, ୧୦ରୁ ୧୨ ନିଖୋଜ

1 min read

ପାଟନା: ବିହାରର ରାଜଧାନୀ ପାଟନାରେ ଦାନାପୁର ଏବଂ ଦିୟାରାକୁ ସଂଯୋଗ କରୁଥିବା ଅଞ୍ଚଳ ପିପାଠାରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ସକାଳେ ଦାନାପୁରରୁ ୧୨ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶୀକାର ହୋଇଛି ଏକ ଜିପ୍‌। ବାଡ଼ ସହିତ ଧକ୍କା ହୋଇ ନଦୀ ମଧ୍ୟକୁ ଜିପ୍‌ଖସିପଡ଼ିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ସୃଷ୍ଟି ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିବା ପରେ ପୋଲିସକୁ ଏହି ବାବଦରେ ସୂଚନା ଦିଆଗଲା ।

ଘଟଣା ବାବଦରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି ନିଖୋଜ ଯାତ୍ରୀଙ୍କୁ ଖୋଜିବାରେ ଜୁଟିଛି । ଏପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କୁ ମଧ୍ୟ ଉଦ୍ଧାର ହୋଇ ନାହାଁନ୍ତି ।

 

ସୂଚନା ଅନୁସାରେ, ଜିପରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଅକିଲପୁରର ଗୋଟିଏ ପରିବାରର ସଦସ୍ୟ । ନିଖୋଜ ବ୍ୟକ୍ତିମାନେ ହେଲେ ରମାକାନ୍ତ ସିଂ, ପତ୍ନି ଗୀତା ଦେବୀ, ଅରବିନ୍ଦ ସିଂ, ଉମାକାନ୍ତ ସିଂଙ୍କ ପତ୍ନି, ଅନୁରଗୋ ଦେବୀ, ସରୋଜ ଦେବୀ ଇତ୍ୟାଦି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପିପାପୁଲର ରାସ୍ତାରେ ଅବ୍ୟବସ୍ଥା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ।

Leave a Reply