ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର

1 min read
Odisha Police Escorted 2 More Tankers With Medical Oxygen On Way From Jajpur

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଲାଗି ରହିଛି ଅକ୍ସିଜେନ୍ ସଂକଟ । ଅନ୍ୟ ରାଜ୍ୟର ସଂକଟ ସମୟରେ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଅଭିମୁଖେ ୨ଟି ଅକ୍ସିଜେନ୍ ଟ୍ୟାଙ୍କର ବାହାରିଛି । ଯାଜପୁରର ଏକ ଶିଳ୍ପ ସଂସ୍ଥାରୁ ୨ଟି ଦୁଇଟି ଅକ୍ସିଜେନ୍ ଭର୍ତ୍ତି ଟ୍ୟାଙ୍କରକୁ ପୋଲିସ ଏସ୍କର୍ଟରେ ପଠାଯାଉଛି ।

Odisha Police Escorted 2 More Tankers With Medical Oxygen On Way From Jajpur

ଗତକାଲି ଅନୁଗୁଳ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର ଗାଡ଼ିରେ ପ୍ରାୟ ୨୨ ଟନ ଅକ୍ସିଜେନ୍ ବିଶାଖାପାଟଣା ପଠାଯାଇଥିଲା । ରାତି ପ୍ରାୟ ୧୧ଟା ବେଳେ ଅନୁଗୁଳରୁ ବିଶାଖାପାଟଣା ଅଭିମୁଖେ ବାହାରିଥିଲା ଗାଡ଼ି । ଏନେଇ ପୋଲିସ ପକ୍ଷରୁ ଏକ ଗ୍ରୀନ୍ କରିଡର ବ୍ୟବସ୍ଥା କରାଯାଇଥିଲା । ବାଟରେ କୌଣିସି ଅସୁବିଧା ନହେବା ପାଇଁ ସାଥିରେ ଏସକର୍ଟ ଟିମ୍ ମଧ୍ୟ ପଠାଯାଇଛି ।

ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଲାଗି ପୋଲିସ ସ୍ୱତନ୍ତ୍ର କରିଡର ସହ ଏସକର୍ଟ ଯୋଗାଇ ଦେବ ବୋଲି ଡିଜିପି ଟ୍ୱିଟ୍ କରି ସୂଚନା ଦେଇଥିଲେ । ଏଥିପାଇଁ ଏଡିଜି ଆଇନଶୃଙ୍ଖଳାକୁ ଡିଜିପ ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିବା ବେଳେ ଜିଲ୍ଲାସ୍ତରରେ ଏସପିମାନଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Leave a Reply