spot_img

Latest Posts

ବିଏମ୍‌ସିରେ ବଢ଼ିଲା RRT ବା ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ବଢ଼ିଲା RRT ବା ରାପିଡ଼ ରେସପନ୍ସ ଟିମ୍ ସଂଖ୍ୟା। ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ ରହିଛନ୍ତି। ପୂର୍ବରୁ ପ୍ରତି ଜୋନରେ ୮ଟି ଲେଖାଏଁ ହିସାବରେ ମୋଟ ୨୪ଟି RRT ଥିଲା। ଏବେ ପ୍ରତି ଜୋନ ପାଇଁ ୧୩ଟି ଲେଖାଏଁ ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ଅଛନ୍ତି ଜଣେ ଡାକ୍ତର ଓ କୋଭିଡ ସଚେତକ ଓ ଜଣେ ଏଏନମ ରହିଛନ୍ତି। ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା, ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ଟିମ୍‌ ନିୟୋଜିତ ହୋଇଛନ୍ତି। ପ୍ରତି ଯୋନରେ ଗୋଟିଏ ସ୍ୱତନ୍ତ୍ର ସେଣ୍ଟ୍ରାଲ ଟିମ ମଧ୍ୟ କାର୍ଯ୍ୟ କରୁଛି। ସୋସିଆଲ ମିଡିଆ ଓ ହ୍ୱାଟସାପ୍ ଗ୍ରୁପ ଜରିଆରେ ସ୍ଥିତିକୁ ନିୟନ୍ତ୍ରଣ କରୁଛି ଟିମ୍। କଣ୍ଟାକ୍ଟ ଟ୍ରେସିଂ ଟିମ୍ ସଂଖ୍ୟା ବୃଦ୍ଧି କରାଯାଇଛି। ସ୍ୱତନ୍ତ୍ର କୋଭିଡ ଆମ୍ବୁଲାନ୍ସ ସଂଖ୍ୟା ୧୮ରୁ ୨୮କୁ ବୃଦ୍ଧି କରାଯାଇଛି। ଭୁବନେଶ୍ୱରରେ ୫ହଜାର ଶଯ୍ୟା ବ୍ୟବସ୍ଥା କରିବାକୁ ଟାର୍ଗେଟ ରଖିଛି ବିଏମସି। ଆବଶ୍ୟକତା ଅନୁଯାୟୀ ହସ୍ପିଟାଲ ସହିତ ଶଯ୍ୟା ସଂଖ୍ୟା ଓ ଅକ୍ସିଜେନ ବୃଦ୍ଧିକୁ ଗୁରୁତ୍ୱ ଦେଉଛି ବିଏମସି।

Latest Posts

Don't Miss