କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ କରୋନା
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଜଣଙ୍କ ପରେ ଜଣେ କରୋନା ସଂକ୍ରମିତ ହେବାରେ ଲାଗିଛନ୍ତି । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ୍ ନିଶଙ୍କ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
This is to inform you all that I have tested COVID positive today. I am taking medication & treatment as per the advice of my doctors.
Request all those who have come in my contact recently to be observant, and get themselves tested.— Dr. Ramesh Pokhriyal Nishank ( Modi Ka Parivar) (@DrRPNishank) April 21, 2021
ସେ ଲେଖିଛନ୍ତି- କରୋନା ସଂକ୍ରମିତ ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଚିକିତ୍ସିତ ହେଉଛି । ମୋ ସହିତ ନିକଟରେ ସମ୍ପର୍କରେ ଆସିଥିବା ସମସ୍ତେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କୋଭିଡ୍ ପରୀକ୍ଷୀ କରାଇ ନିଅନ୍ତୁ ।
ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୩ ଲକ୍ଷ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି କୋଭିଡ୍ ସଂକ୍ରମିତ ହୋଇଥିଲେ । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦେଖି ସରକାର ୨୬ ତାରିଖ ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ।