spot_img

Latest Posts

କରୋନା ମୁକାବିଲା; ଗଞ୍ଜାମରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଆରମ୍ଭ

ବ୍ରହ୍ମପୁର: କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ମଙ୍ଗଳବାର ଦିନ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସ୍କ୍ରିନିଂ । ଆଜି ପ୍ରଥମ ଦିନରେ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି ।

ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦି ମାନେ ଯୋଗ ଦେଇଛନ୍ତି। ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ପ୍ରଶାସନ ପକ୍ଷରୁ ବହୁ କଟକଣା ମଧ୍ୟ ଲଗାଯାଇଛି। ଯେଉଁଥିପାଇଁ ଡୋର ଟୁ ଡୋର୍ ସ୍କ୍ରିନିଂ ପାଇଁ ଟିମ୍ ମଧ୍ୟ ଗଠନ କରାଯାଇଛି । ଏହି ଟିମ୍ ସ୍ଵତନ୍ତ୍ର ଭାବେ ଲକ୍ଷଣ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କର ତଥ୍ୟ ଲିଖିତ ଭାବେ ରଖିବା ସହ ଟିକାକରଣର ତଥ୍ୟ ମଧ୍ୟ ରଖିବେ।

ସୂଚନା ଅନୁଯାୟୀ, କୁମ୍ଭମେଳାରୁ ଫେରୁଥିବା ଲୋକେ ନିଜ ନିଜ ଘରେ ହୋମ ଆଇସୋଲେସନରେ ରହିବେ। କୈଣସି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏପରିକି ଜିଲ୍ଲାର ସମସ୍ତ ଯାତ୍ରାକୁ ବନ୍ଦ ରଖାଯାଇଛି । ଏଥିସହ ଆଜି ମାଆ ତାରାତାରିଣୀଙ୍କ ପୀଠରେ ଚୈତ୍ର ମେଳାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି।

ତେବେ ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମାଆଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିଲା । ହେଲେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କେହି ବି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Latest Posts

Don't Miss