spot_img

Latest Posts

ଫ୍ଲାଇଟରେ ଜନ୍ମ ହୋଇଥିବାରୁ ନବଜାତକୁ ମିଳୁନି ଜନ୍ମ ପ୍ରମାଣପତ୍ର

ଆଜମେର:     ଶିଶୁ ଜନ୍ମ ହେବାମାତ୍ରେ ବର୍ଥ ସାର୍ଟିଫିକେଟ୍‌ବା ଜନ୍ମପ୍ରମାଣ ମିଳିଥାଏ । ଯେଉଁଥିରେ ନବଜାତ ଶିଶୁର ଜନ୍ମସ୍ଥାନ ଉଲ୍ଲେଖ ଥାଏ । କିନ୍ତୁ ଏହା ଶିଶୁ ଜନ୍ମ ହୋଇଥିବା ସ୍ଥାନକୁ ଆଧାର କରି ହୋଇଥାଏ । ଏହା ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯଦି ଶିଶୁର ଜନ୍ମ ଫ୍ଲାଇଟ୍‌ମଧ୍ୟରେ ହୋଇଥିବ ତେବେ ନବଜାତକୁ କିଭଳି ଜନ୍ମ ପ୍ରମାଣ ମିଳିବ? ନିକଟରେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ନବଜାତକୁ ୨୨ ଦିନ ବିତି ଯାଇଥିଲେ ମଧ୍ୟ ବର୍ଥ ସାର୍ଟିଫିକେଟ୍‌ଦେବାରେ ବିଳମ୍ବ ହେଉଛି । ଏହାର ଏକମାତ୍ର କାରଣ ହେଉଛି ଶିଶୁଟିର ଜନ୍ମ ଫ୍ଲାଇଟ ଉଡ଼ାଣ ସମୟରେ ହୋଇଛି ।

ଆଜିଠାରୁ ୨୨ ଦିନ ପୂର୍ବେ ୧୭ ମାର୍ଚ୍ଚରେ ଇଣ୍ଡିଗୋ ଫ୍ଲାଇଟରେ ଜନ୍ମ ହୋଇଥିବା ଏକ ନିରୀହ ନବଜାତକୁ ଏପର୍ଯ୍ୟନ୍ତ ଜନ୍ମ ପ୍ରମାଣ ମିଳିନାହିଁ । ସରକାରଙ୍କ ଯନ୍ତ୍ରପାତି ଜାଲରେ ଫସିଥିବା ନବଜାତର ବାପା ଅଧିକ ଶିକ୍ଷିତ ହୋଇନଥିବାରୁ ସରକାରୀ କାର୍ଯ୍ୟାଳୟର ଚକ୍କର କାଟୁଛନ୍ତି । ଏହାକୁ ନେଇ ସେ ସୋସିଅଲ ମିଡିଆରେ ଏକ ଭିଡ଼ିଓ ମଧ୍ୟ ଶେୟାର କରିଛନ୍ତି ଯାହା ଖୁବ୍‌ଭାଇରାଲ ହେଉଛି ।

ଆଜମେର ଜିଲ୍ଲାର ବ୍ୟାଓ୍ୱର ଅଞ୍ଚଳର ଜାଲିୟା ରୂପବାସ ଗାଁର ଭିରୁ ସିଂ ଧର୍ମପତ୍ନିଙ୍କ ସହ ବାଙ୍ଗାଲୋରରେ ରୁହନ୍ତି । ପେଶାରେ ଭିରୁ ଜଣେ ଅଟୋ ଚାଳକ । ଅଚାନକ ଭିରୁଙ୍କ ବାପାଙ୍କ ଶରୀର ଅସୁସ୍ଥ ହେବା ଖବର ପାଇ ଗର୍ଭବତୀ ଥିବା ପତ୍ନି ଲଳିତା ସହ ଗତ ମାର୍ଚ୍ଚ ମାସରେ ଫ୍ଲାଇଟରେ ବାଙ୍ଗାଲୁରୁରୁ ଜୟପୁର ସ୍ଥିତ ଗାଁକୁ ଫେରିବା ବେଳେ ଫ୍ଲାଇଟରେ ଲଳିତା ଏକ ଶିଶୁକୁ ଜନ୍ମ ଦେଇଥିଲେ ।

ଗାଁକୁ ଫେରିବା ପରେ ଜନ୍ମ ପ୍ରମାଣ ବାବଦରେ ସରପଞ୍ଚକୁ ଜଣାଇଥିଲେ ଭୀରୁ । କିନ୍ତୁ ଶିଶୁର ଜନ୍ମ ପ୍ରମାଣ ଜୟପୁରରୁ ମିଳିବ ବୋଲି କହିଥିଲେ ସରପଞ୍ଚ । ଏହାପରେ ବାରମ୍ବାର ଭୀରୁ ନବଜାତର ଜନ୍ମ ପ୍ରମାଣ ପାଇଁ ଜୟପୁର ଏୟାରପୋର୍ଟ ସହିତ ଫୋନ୍‌ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜୟପୁର ଏୟାରପୋର୍ଟ କର୍ମଚାରୀଙ୍କ ସହ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ । ଅନେକ ଚେଷ୍ଟା ପରେ ମଧ୍ୟ ନବଜାତଙ୍କୁ ଏପର୍ଯ୍ୟନ୍ତ ଜନ୍ମ ପ୍ରମାଣ ମିଳିପାରି ନାହିଁ । ଅନ୍ୟପଟେ ଫ୍ଲାଇଟରେ ଲଳିତାଙ୍କ ଡେଲିଭରି କରାଇଥିବା ଡାକ୍ତର ଏହି ମାମଲାରେ ସାହାଯ୍ୟ କରିବେ ବୋଲି ଭିରୁକୁ ପ୍ରତିଶୃତି ଦେଇଛନ୍ତି ।

ତେବେ ନବଜାତର ଜନ୍ମ ପ୍ରମାଣ ପାଇଁ ବାରମ୍ବାର ଚକ୍କର କାଟୁଥିବା ଭିରୁ ଶେଷରେ ସୋସିଅଲ ମିଡିଆରେ ଏକ ଭିଡ଼ିଓ ଶେୟାର ସମସ୍ୟା ଜଣାଇଛନ୍ତି । ଭିରୁଙ୍କ ଏହି ଭିଡ଼ିଓ ସୋସିଅଲ ମିଡିଆରେ ଖୁବ୍‌ଭାଇରାଲ ହେଉଛି ।

Latest Posts

Don't Miss