spot_img

Latest Posts

ବଡ଼ ଦାଣ୍ଡରେ ଅଘଟଣ; ବ୍ୟାରିକେଡରେ ପଶିଗଲା ନାବାଳିକା ମୁଣ୍ଡ

ପୁରୀ: ବଡ଼ ଦାଣ୍ଡରେ ଘଟିଛି ଅଘଟଣ । ପୁରୀ ଶ୍ରୀମନ୍ଦିର ନିକଟରେ ଥିବା ଜୋତା ଷ୍ଟାଣ୍ଡ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଭକ୍ତଙ୍କ ଲାଗି ବଡ଼ ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡରେ ପଶି ଯାଇଛି ଏକ ଛୋଟ ପିଲାର ମୁଣ୍ଡ । ପରେ ମୁଣ୍ଡ ବାହାର କରିବାକୁ ଶତ ଚେଷ୍ଟା କରିବା ସ୍ୱତେ ପରିବାର ଲୋକେ ବିଫଳ ହୋଇଥିଲେ । ସେପଟେ ଲୁହା ବ୍ୟାରିକେଡରେ ମୁଣ୍ଡ ଭର୍ତ୍ତି ହୋଇଯାଇଥିବାରୁ ବାହାର କରିବା ମଧ୍ୟ କଷ୍ଟକର ହୋଇଥିଲା ।

ଶ୍ରୀମନ୍ଦିର ପାଖରେ ଲାଗିଥିବା ବ୍ୟାରିକେଡରେ ଫାଙ୍କା ଅଧିକ ଥିବାରୁ ପିଲାଟିର ମୁଣ୍ଡ ପଶି ଯାଇଥିଲା । ଅସାବଧାନତା ଯୋଗୁଁ ଏପରି ଘଟିଥିବା ଜଣାପଡିଛି । ଖବର ପାଇବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚିଥିଲେ । ଏବଂ କଟର ସାହାଯ୍ୟରେ ଲୁହା ବ୍ୟାରିକେଡ କାଟି ଶିଶୁଟିର ମୁଣ୍ଡକୁ ସୁରକ୍ଷିତ ଭାବେ ବାହାର କରିଥିଲେ ।

ସୂଚନା ମୁତାବକ ଭବାନୀପାଟଣାରୁ ଏକ ପରିବାର ପୁରୀ ଆସିଥିଲେ । ଶ୍ରୀଜୀଉଙ୍କ ଦର୍ଶନ ଲାଗି ଜୋତା ଷ୍ଟାଣ୍ଡ ନିକଟରେ ଜୋତା ରଖୁଥିବାବେଳେ ନାବାଳିକା ସେଠାରେ ଖେଳୁଥିଲା । ଅସାବଧାନତା ବସତଃ ପିଲାଟିର ମୁଣ୍ଡ ବ୍ୟାରିକେଡରେ ପଶି ଯାଇଥିଲା। ପରେ ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତା ରେ ବ୍ୟାରିକେଡ କାଟି ପିଲାକୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ବେସ କିଛି ସମୟ ପାଇଁ ଘଟଣା ସ୍ଥଳରେ ଜନ ସମାଗମ ହୋଇଥିବା ବେଳେ ବ୍ୟାରିକେଡରେ ଥିବା ବ୍ୟାପକ ଫାଙ୍କାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।

Latest Posts

Don't Miss