spot_img

Latest Posts

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ଶକ୍ତିକାନ୍ତ ଦାସ, ଗିରୀଶ ମୁର୍ମୁଙ୍କୁ ମିଳିବ ଡକ୍ଟରେଟ୍

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି ଉପ-ରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡ଼ୁ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପ-ରାଷ୍ଟ୍ରପତି । ସକାଳ ୧୦ଟା ୧୦ ମିନିଟରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସମାରୋହରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଧ୍ୟକ୍ଷତା କରିବେ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ସମ୍ମାନୀତ ଅତିଥି ଭାବେ ଦେବାର କାର୍ଯ୍ୟକ୍ରମ ରହିଛି । ସମାବର୍ତ୍ତନ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଦେଶର ୫ ଜଣ ବ୍ୟକ୍ତିତ୍ବଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । ଚଳିତ ବର୍ଷ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସିଏଜି ଗିରୀଶଚନ୍ଦ୍ର ମୁର୍ମ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍ ରିସର୍ଚ୍ଚ ସେଣ୍ଟର ନିର୍ଦ୍ଦେଶକ ଅଜିତ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯିବ । କୋଭିଡ କଟକଣା ମାନି ସମାରୋହ ପାଳନ କରାଯିବ । ସମାବର୍ତ୍ତନ ପ୍ରେକ୍ଷାଳୟରେ ସର୍ବାଧିକ ୫୦୦ଜଣଙ୍କୁ ଅଂଶଗ୍ରହଣ କରିବା ପାଇଁ ଅନୁମତି ଦିଆଯିବାକୁ ସ୍ଥିର ହୋଇଛି ।

ଏଥିସହିତ ପଢ଼ନ୍ତୁ: ଏବେ ୩ଥର ଦିଆଯିବ କରୋନା ଟିକା, କୋଭାକ୍ସିନର ‘ବୁଷ୍ଟର ଡୋଜ’କୁ ଅନୁମତି

Latest Posts

Don't Miss