ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ବାତିଲ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କାହିଁକି ?
1 min readନୂଆଦିଲ୍ଲୀ: କରୋନା ସଂକ୍ରମିତ ହୋଇଛନ୍ତି ଶିଳ୍ପପତି ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା । ଏହା ପରେ ନିଜକୁ ଆଇସୋଲେସନ୍ରେ ରଖିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏଥିସହିତ ନିଜ ସମସ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି ।
ଟ୍ୱିଟ୍ର ମାଧ୍ୟମରେ ଏକ ଭିଡିଓ ସେୟାର କରି ସେ କହିଛନ୍ତି ଯେ, ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । କିନ୍ତୁ ସେ ଆଉ କିଛି ଦିନ ପାଇଁ ଆଇସୋଲେସନ୍ରେ ରହିବେ । ଏଣୁ ଅନିଚ୍ଛା ସତ୍ତ୍ୱେ ତାଙ୍କୁ ସମସ୍ତ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ୁଛି । ଏଥିସହିତ ସେ ସମସ୍ତଙ୍କୁ ଦଳୀୟ କର୍ମକର୍ତ୍ତା ଓ ସମର୍ଥକଙ୍କୁ ମଧ୍ୟ କ୍ଷମା ପ୍ରାର୍ଥାନ କରିଛନ୍ତି । ଏଥିସହିତ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଶୁଭକାମନା ଜଣାଇବା ସହ କଂଗ୍ରେସ ଭଲ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
हाल में कोरोना संक्रमण के संपर्क में आने के चलते मुझे अपना असम दौरा रद्द करना पड़ रहा है। मेरी कल की रिपोर्ट नेगेटिव आई है मगर डॉक्टरों की सलाह पर मैं अगले कुछ दिनों तक आइसोलेशन में रहूँगी। इस असुविधा के लिए मैं आप सभी से क्षमाप्रार्थी हूँ। मैं कांग्रेस विजय की प्रार्थना करती हूँ pic.twitter.com/B1PlDyR8rc
— Priyanka Gandhi Vadra (@priyankagandhi) April 2, 2021
ତେବେ ଅନ୍ୟ ଏକ ପୋଷ୍ଟରେ ରବର୍ଟ ଭଦ୍ରା କହିଛନ୍ତି ଯେ, ଦୁର୍ଭାଗ୍ୟବସତଃ ଅଜାଣତରେ ସେ କିଛି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମିତ ହୋଇଛନ୍ତି । ଏବଂ ତାଙ୍କ ଠାରେ କିଛି ଲକ୍ଷଣ ଦେଖାଯାଇଥିବା ମଧ୍ୟ ସେ କହିଛନ୍ତି । ତେବେ ଉଭୟ ଆଇସୋଲେସନ୍ରେ ରହିଥିବା ମଧ୍ୟ ସେ କହିଛନ୍ତି ।