ଗୀତ କହୁଛି ଉତ୍କଳର ଐତିହ୍ୟ ଗାଥା, ଭିଡିଓ ରିଲିଜ କଲେ ରାଜ୍ୟପାଳ

ଭୁବନେଶ୍ବର: ପବିତ୍ର ଉତ୍କଳ ଦିବସରେ ରିଲିଜ ହୋଇଛି ଏ ମାଟି ଓଡ଼ିଶା, ଜାତି ଓଡ଼ିଆ ସଙ୍ଗୀତ । ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହାକୁ ରିଲିଜ କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରିଲିଜ କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ। ଗୀତକୁ ବସନ୍ତରାଜ ସାମଲ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନିର୍ଦ୍ଦେଶନା ଦେଇଛନ୍ତି ।

ଐତିହ୍ୟ ଓ କୀର୍ତ୍ତିରେ ଭରପୂର ଏ ରାଜ୍ୟ ଉତ୍କର୍ଷତା ହେତୁ ନାମ ଉତ୍କଳ । ଆଜିର ଦିନରେ ଭାଷାଭିତ୍ତିକ ରାଜ୍ୟ ଭାବେ ପ୍ରତିଷ୍ଠିତ ଲାଭ ହୋଇଥିବା ଓଡିଶାକୁ ପୁଣି ମନେପକାଇ ଦେଇଛି ଏହି ଗୀତ । ସାଢ଼େ 5 ମିନିଟର ଭିଡିଓରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ଉପସ୍ଥାପନା କରାଯାଇଛି ।

ଲୁପ୍ତ ହୋଇଯାଉଥିବା ଓଡିଆ ଘରର ପୂର୍ବ ଐତିହ୍ୟ ଏଥିରେ ଉଜ୍ଜୀବିତ ହୋଇଛି । ରାଜ୍ୟର ଅନେକ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି । ସେହିପରି କ୍ରୀଡା, ସଂସ୍କୃତି ସହ ପ୍ରତିଟି ଓଡିଆର ସ୍ପନ୍ଦନ ମହାପ୍ରଭୁ ଜଗନ୍ନାଥକୁ ମଧ୍ୟ ଭିଡିଓରେ ଉଲ୍ଲେଖ ରହିଛି । ସବୁଠାରୁ ବଡ କଥା ହେଉଛି ମ୍ୟୁଜିକ ଭିଡିଓରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଏହି ସଙ୍ଗୀତରେ 14 ଜଣ କଳାକାର ନଜର ଆସିଛନ୍ତି ।

Leave a Reply