ଶ୍ରୀମନ୍ଦିର ବିକାଶ ପାଇଁ ରାଷ୍ଟ୍ରପତିଙ୍କ ଏକ ଲକ୍ଷ ଟଙ୍କା ଦାନ

Ramnath kovind

ପୁରୀ: ପୁରୀରେ ଭଗବାନ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ରାଷ୍ଟ୍ରପତି ଶ୍ରୀମନ୍ଦିରର ବିକାଶ ପାଇଁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଦରମାରୁ ଏହି ରାଶି ପ୍ରଦାନ କରିଛନ୍ତି । ଏକ ଲକ୍ଷ ଟଙ୍କାର ଚେକ୍ ରାଷ୍ଟ୍ରପତି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଥିଲେ । ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ଦେଖି ରାଷ୍ଟ୍ରପତି ଅତ୍ୟନ୍ତ ଖୁସି ହୋଇଥିବା ବେଳେ ବିକାଶ ଦେଖି ହେଲେ ଆଶ୍ଚର୍ଯ୍ୟ ହୋଇଛି । ସେ କହିଛନ୍ତି ୨୦୧୮ର ପୁରୀ ଓ ୨୦୨୧ର ପୁରୀ ଭିତରେ ଆକାଶ ପାତାଳ ଫରକ ରହିଛି ।ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଏଭଳି ପ୍ରଶଂସା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ସୋମବାର ସାକଳୁ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ନେଇ ନିଜ ଦରମାରୁ ଏକଲକ୍ଷ ଟଙ୍କା ଦାନ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାମହିମଙ୍କୁ ନାଗାର୍ଜୁନ ବେଶର ଏକ ପଟ୍ଟଚିତ୍ର ଉପହାର ସ୍ୱରୂପ ଦିଆଯାଇଛି । ଗର୍ଭଗୃହରେ ଅବକାଶ ବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅତ୍ୟନ୍ତ ଭାବ ବିହ୍ଵଳ ହୋଇ ପଡିଥିଲେ ରାଷ୍ଟ୍ରପତି । ତେବେ ଏହି ଗସ୍ତ ସମୟରେ ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣକୁ ଖୁବ୍ ପ୍ରଶଂସା କରିଥିଲେ ରାଷ୍ଟ୍ରପତି ।

ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଯୋଗେ ପୁରୀ ହେଲିପ୍ୟାଡ଼ରେ ଓହ୍ଲାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଧର୍ମ ପତ୍ନୀ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଜିଲ୍ଲାପାଳ, ଏସ୍‌ପି ଓ ସ୍ଥାନୀୟ ବିଧାୟକ । ସେଠାରୁ ସେ ସିଧାସଳଖ କାରକେଡ୍‌ରେ ଶ୍ରୀମନ୍ଦିର ପହଞ୍ଚିଥିଲେ । ସିଂହଦ୍ୱାର ସାମ୍ନାରେ ଗଜପତି ମହାରାଜା, ବରିଷ୍ଠ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ଶୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ବାଇଶି ପାହାଚ, ଅରୁଣସ୍ତମ୍ଭ ପରିକ୍ରମା ପରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାମନାଥ ।

Leave a Reply