spot_img

Latest Posts

କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେ ଷ୍ଟାର

କୁହାଯାଏ  ଯେ ପ୍ରତ୍ୟେକ ମଣିଷର କିଛି ନା କିଛି ସ୍ୱପ୍ନ ଥାଏ । ହେଲେ  କେବଳ ତା’ର ହିଁ ସ୍ୱପ୍ନ ସତ ହୁଏ,  ଯାହା ପାଖରେ ଥାଏ ସ୍ୱପ୍ନକୁ ସତ କରିବାର ଜୋଶ୍, ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମ ବିଶ୍ୱାସ। ଆଉ ଏହାର ଜ୍ୱଳନ୍ତ ଉଦ୍ଧାହରଣ ଏବେ ଦେଖିବାକୁ ମିଳିଛି ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ।

ଦାଦନ ଖଟିବାକୁ ଯାଇଥିବା କନ୍ଧମାଳର ରାଜକୁମାର ଏବେ କେରଳର ପପୁଲାର୍ ସିନେଷ୍ଟାର। ଦାଦନ ଖଟିବାକୁ ଯାଇ ଏବେ ମାଲାୟମ ଫିଲ୍ମରେ ଅଭିନୟ କରୁଛନ୍ତି ରାଜକୁମାର।  କନ୍ଧମାଳ ଜିଲ୍ଲା ବେଲଘର ଅଞ୍ଚଳର ବାସିନ୍ଦା ରାଜକୁମାର, ସ୍କୁଲରେ ପାଠପଢ଼ା ସାରି ୨୦୧୨ ମସିହାରେ ତୁମୁଡ଼ିବନ୍ଧ ଯୁକ୍ତ ଦୁଇ କଲେଜରେ ନାମ ଲେଖିଥିଲେ।  ହେଲେ ଅଭାବ ଅନଟନ ପାଇଁ ପାଠପଢ଼ାରେ ବାନ୍ଧିବାକୁ ପଡ଼ିଥିଲା ଡୋରି। ।  ପରିବାରର ଆର୍ଥିକ ଅବସ୍ଥା ତାଙ୍କୁ ବାଧ୍ୟ କରିଥିଲା ଦାଦନ ଖଟିବା ପାଇଁ। ଏଥିପାଇଁ ସେ ଚାଲିଯାଇଥିଲେ କେରଳ।  ସେଠାରେ ଏକ ହୋଟେଲରେ କାମ କରିବା ସହ ଏକ ଜିମ ସେଣ୍ଟରରେ ବଡି ବିଲ୍ଡଂ କରିଥିଲେ ରାଜକୁମାର।

ଆଉ ଏହି ଜିମରେ ହିଁ ମାଲାୟମ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି କଳାକାରଙ୍କ ସଂସ୍ପର୍ଷରେ ଆସିଥିଲେ ସେ। ଆଉ ଏହିଠୁ ହିଁ ବଦଳିଯାଇଥିଲା ଜୀବନର ମୋଡ଼। ଏବେ ରାଜକୁମାର ବନିଯାଇଛନ୍ତି ମାଲାୟଲମ ସିନେମା ଦୁନିଆର ପପୁଲାର ଷ୍ଟାର। ସେ ବର୍ତ୍ତମାନ ସୁଦ୍ଧା ୬ଟି ଫିଲ୍ମରେ ଅଭିନୟ କରିସାରିଲେଣି।  ଇଣ୍ଡଷ୍ଟ୍ରିର ବହୁତ ବଡ଼ ବଡ଼ କଳାକାରଙ୍କ ସହ ପରଦାରେ ନଜର ଆସିସାରିଲେଣି ରାଜକୁମାର୍ ।

ରାଜକୁମାରଙ୍କ ସଫଳତା ପାଇଁ କେବଳ ତାଙ୍କ ପରିବାର ନୁହେଁ ବର ପୂରା କନ୍ଧମାଳ ଜିଲ୍ଲା ଆଜି ଗର୍ବିତ ।

Latest Posts

Don't Miss