ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଚିନ୍ତା ବଢ଼ାଉଛି। ପୁଣି କରୋନା ତାର କାୟା ବିସ୍ତାର କରିବାରେ ଲାଗିଲାଣି। ମଙ୍ଗଳବାର ଦିନ ସମଗ୍ର ଦେଶରେ ୨୮ ହଜାର ୯୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ହଜାର ୭୪୧ ଜଣ ସୁସ୍ଥ ହୋଇଥିବା ବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ୨୮ ହଜାର ୯୩୦ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରରେ କେବଳ ୧୮ ହଜାର ୮୬୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୪ ଲକ୍ଷ ୯ ହଜାର ୫୯୫ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୧ କୋଟି ୧୦ ଲକ୍ଷ ୨୫ ହଜାର ୬୩୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ତେବେ ଦେଶରେ ଏବେ ପର୍ଯ୍ୟନ୍ତ ୧ ଲକ୍ଷ ୫୯ ହଜାର ୭୯ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୩୧ ହଜାର ୩୩୫ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

