spot_img

Latest Posts

ଆଉ ନିଜ ଇଚ୍ଛାରେ ଉଡ଼ାଇପାରିବେନି ଡ୍ରୋନ୍, ସରକାର ଜାରି କଲେ ନୂଆ ନିର୍ଦ୍ଦେଶନାମା

ଆଜିକାଲି ଫଟୋଗ୍ରାଫିରେ ରୁଚି ରଖୁଥିବା ପ୍ରାୟ ବ୍ୟକ୍ତି ଡ୍ରୋନ୍ କ୍ୟାମେରାର ବ୍ୟବହାର କରୁଛନ୍ତି । କେବଳ ଫଟୋଗ୍ରାଫି ପ୍ରଫେଶନାଲସ୍ ନୁହେଁ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନଙ୍କର ହବି ଡ୍ରୋନ ଉଡାଇବା। ହେଲେ ବର୍ତ୍ତମାନ ଆଉ ଆପଣ ନିଜ ଇଚ୍ଛାରେ ଡ୍ରୋନ ଉଡାଇପାରିବେ ନାହିଁ। ଭାରତ ସରକାର ଏଥିପାଇଁ ଜାରି କରିଛନ୍ତି ନୂଆ ନିର୍ଦ୍ଦେଶନାମା। ଏହି ନିୟମ ବାହାରେ ଯାଇ ଯଦି ଆପଣ ଡ୍ରୋନ ଉଡ଼ାନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ପାଇଁ ବି ପ୍ରସ୍ତୁତ ରୁହନ୍ତୁ।

ନୂତନ ନିୟମ ଅନୁଯାୟୀ, ୨୫୦ ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଡ୍ରେନଗୁଡିକ କେବଳ ରିମୋଟ ପାଇଲଟ୍ ଦ୍ୱାରା ହିଁ ଉଡ଼ାଯାଇପାରିବ। ସେ ବି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ(ଡିଜିସିଏ)ଙ୍କ ଅନୁମତି ମିଳିବା ପରେ। ଏହି ନୂଆ ନିମୟଗୁଡ଼ିକୁ ଭାରତରେ ଶୁକ୍ରବାରଠୁ ହିଁ ଲାଗୁ କରିଦିଆଯାଇଛି।

ନୂଆ ନିୟମ ମୁତାବକ ଯଦି ଡ୍ରୋନର ଓଜନ ୨୫୦ ଗ୍ରମରୁ କମ୍ କିନ୍ତୁ ଏହା ନାନୋ କାଟେଗୋରିରେ ଆସୁଛି ତେବେ ତାହା ପାଇଁ ବି ଅନୁମତି ନେବାକୁ ପଡ଼ିବ। ତେବେ ଭାରତରେ କୋଣସି ସାମଗ୍ରୀ ପରିବହନ ପାଇଁ ଡ୍ରୋନର ବ୍ୟବହାର ହୋଇପାରିବ ନାହିଁ। ଏହା କେବଳ ସର୍ଭେ, ଫଟୋଗ୍ରାଫି, ସୁରକ୍ଷା ଏବଂ ବିଭିନ୍ନ ତଥ୍ୟ ସଂଗ୍ରହ ପାଇଁ ବ୍ୟବହାର କରାଯାଇପାରିବ।

ଏହା ସହିତ, ଡ୍ରେନଗୁଡିକର ଅନଧିକୃତ ଆମଦାନୀ, କ୍ରୟ, ବିକ୍ରୟ, ଲିଜ୍ ପ୍ରକ୍ରିୟା ଦଣ୍ଡନୀୟ ଅପରାଧ ହେବ ଏବଂ ଏଥିପାଇଁ ଜରିମାନା ବି ଭରିବାକୁ ପଡ଼ିବ। ଏସବୁ ବାଦ୍ ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କ ପାଖରେ ରିମାଟ ପାଇଲଟ ଲାଇସେନ୍ସ ଥିବା ଆବଶ୍ୟକ। ଯଦି ବନା ଲାଇସେନ୍ସରେ କେହି ବ୍ୟକ୍ତି ଡ୍ରୋନ୍ ଉଡାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

 

Latest Posts

Don't Miss