spot_img

Latest Posts

ଦିଲ୍ଲୀରେ କରୋନାର ଆଉ ଏକ ନୂଆ ରୂପ, ବ୍ରିଟେନ୍ ଷ୍ଟ୍ରେନ୍‌ ପରେ ଏବେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନର ଆରାମ ପରେ ଫୁଣି ଘାଣ୍ଟିଲାଣି କରୋନା ସଂକ୍ରମଣ । ଦେଶର କିଛି ରାଜ୍ୟରେ ସଂକ୍ରମଣର ଦ୍ୱିଦୀୟ ଲହରୀ ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ର ସମେତ ୫ ରାଜ୍ୟରେ କରୋନା ଏବେ ବଢ଼ିବାରେ ଲାଗିଛି। ଏହି ସମୟରେ ରାଜଧାନୀ ଦିଲ୍ଲୀରେ ଏବେ ଆଉ ଏକ ବଡ଼ ସମସ୍ୟା ଉପୁଜିଛି। ପୂର୍ବରୁ ଦେଶରେ ବ୍ରିଟେନ୍‌ ଷ୍ଟ୍ରେନ୍‌ ମିଳିଥିବା ବେଳେ ଏବେ ଦିଲ୍ଲୀରେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ୍‌ ମିଳିଥିବା ସୂଚନା ମିଳିଛି। ଜଣେ ୩୩ ବର୍ଷ ବୟସ୍କ ଯୁବକଙ୍କଠାରେ ଏହି ଷ୍ଟ୍ରେନ ଦେଖା ଦେଇଛି। ତେବେ ସଂକ୍ରମିତଙ୍କୁ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ସମଗ୍ର ଦେଶରେ ଅତି କମରେ ଏହି ଷ୍ଟ୍ରେନ୍‌ର ଚାରିଟି ମାମଲା ରହିଛି।

ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍‌ ପ୍ରଥମ ଥର ପାଇଁ ଦିଲ୍ଲୀରେ ମିଳିଛି। ସଂକ୍ରମିତ ବ୍ୟକ୍ତି ହେଉଛନ୍ତି କେରଳର। ସେ କହିଛନ୍ତି ସେ ୯ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କରୋନା ପରୀକ୍ଷା କରିଥିଲେ୦। ଏହାପରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ପରେ ସେ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ରିପୋର୍ଟରୁ ଏହା ଦକ୍ଷିଆ ଆଫ୍ରିକାର ଷ୍ଟ୍ରେନ ବୋଲି ଜଣା ପଡ଼ିଥିଲା ।

ସେପଟେ ତାଙ୍କଠାରୁ କେଉଁଭଳି ଭାବରେ ସଂକ୍ରମଣକୁ ରୋକା ଯାଇପାରିବ ସେନେଇ ଡାକ୍ତରମାନେ ଅଧିକ ଧ୍ୟାନ ଦେଇଛନ୍ତି। ଚିହ୍ନଟ ହୋଇଥିବା ରୋଗୀଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ଏଥିପାଇଁ ଏକ ଅଲଗା ଓ୍ୱାର୍ଡ ଗଠନ କରଯାଇଛି।

Latest Posts

Don't Miss