spot_img

Latest Posts

ଚୀନରେ ଭୟଙ୍କର ଧୂଳି ଝଡ଼, ୩୪୧ ନିଖୋଜ, ୪୦୦ବିମାନର ଉଡ଼ାଣ ବାତିଲ

ବେଇଜିଂ: ଚୀନରେ ଭୟଙ୍କର ଧୂଳି ଝଡ଼। ପୂରା ହଳଦିଆ ଆଲୋକର ଚାଦରରେ ଘୋଡ଼େଇ ହୋଇଯାଇଛି ଚାନର ରାଜଧାନୀ ବେଇଜିଂ। କୁହାଯାଉଛି ଯେ ଗତ ୧୦ବର୍ଷ ଭିତରେ ଚୀନବାସୀ ସବୁଠୁ ବଡ଼ ଓ ଭୟଙ୍କର ଧୂଳି ଝଡ଼ ଦେଖିଛନ୍ତି।

ସୂଚନା ଅନୁଯାୟୀ, ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ଏବଂ ଚୀନ୍‌ର ଉତ୍ତର-ପଶ୍ଚିମ ଅଞ୍ଚଳରେ ବର୍ଷା ପରେ ଏହି ଝଡ଼ ଆସିଥିବା ଜଣାପଡ଼ିଛି। ଚୀନ ପାଣିପାଗ ବିଭାଗ ସୋମବାର ବେଜିଂ ଏବଂ ଏହାର ଆଖପାଖ ଅଞ୍ଚଳରେ ୟେଲୋ ୱାର୍ଣ୍ଣି ଜାରି କରିଛି। ଏହି ଧୂଳି ମଙ୍ଗୋଲିଆରୁ ଆରମ୍ଭ ହୋଇ ଗାନସୁ, ଶାନସି ଏବଂ ହେବାଇ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା କହିଛି ଚୀନ ପାଣିପାଗ ବିଭାଗ। ଏଥିଯୋଗୁଁ ପାଖାପାଖି ୩୪୧ ଜଣ ନିଖୋଜ ହୋଇଯାଇଛନ୍ତି। ପ୍ରଶାସନ ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।

ଧୂଳି ଝଡ଼ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି। ଲୋକେ ଘରୁ ବାହାରିବା ମୁସ୍‌କିଲ ହୋଇପଡ଼ିଛି। ଏପରିକି ୪୦୦ଟି ବିମାନ ଉଡାଣ ବି ବାତିଲ ହୋଇଛି। ସେପଟେ ବିଜିଂରେ ବାୟୁର ମାନ ୧୦୦୦ ଉପରକୁ ଚାଲିଯାଇଛି। ଯାହା ପରିବେଶ ଏବଂ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଗୋବି ମରୁଭୂମି ସମେତ ଉତ୍ତର ଚୀନରେ ବଡ଼ ସଂଖ୍ୟାରେ ଗଛ କଟା ଚାଲିଛି, ଯାହା ପରିବେଶ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏଥି ଯୋଗୁ ଏହି ଧୂଳି ଝଡ଼ ଥମିବାର ନାଁ ଧରୁନାହିଁ। ଫଳରେ ବାଲି ଧୂଳିରେ ସହର ଢ଼ାଙ୍କି ହୋଇଯାଉଛି। ଏହି କାରଣ ଯୋଗୁଁ ପ୍ରତିବର୍ଷ ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ନିୟମିତ ରୂପେ ବିଜିଂକୁ ଏଭଳି ଭୟଙ୍କର ପରିସ୍ଥିତିର ସମ୍ମପଖୀନ ହେବାକୁ ପଡୁଛି।

Latest Posts

Don't Miss