୭ହଜାର୫ଶହ ତମ ଜନଔଷଧୀ କେନ୍ଦ୍ରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଜନଔଷଧୀ ଦିବସରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉପହାର । ଆଜି ୭ହଜାର ୫ଶହତମ ଜନଓୌଷଧୀ କେନ୍ଦ୍ରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଲାଭାର୍ଥିଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରି ମୋଦି କହିଥିଲେ, ଯେଭଳି ଦେଶର ସମସ୍ତ ଲୋକ ଔଷଧ ପାଇପାରିବେ ଏହାକୁ ନଜରରେ ରଖି ଆରମ୍ଭ ହୋଇଥିଲା ଜନଓୌଷଧୀ ଦିବସ । ଏହା ଦ୍ବାରା ଦେଶର ଲକ୍ଷ ଲକ୍ଷ ଗରିବ ଉପକୃତ ହୋଇ ପାରୁଛନ୍ତି । ଜନଓୌଷଧୀ କେନ୍ଦ୍ରରେ ମହିଳାଙ୍କୁ ଖୁବ କମ୍ ପଇସାରେ ସମସ୍ତ ସୁବିଧା ମିଳିପାରୁଛି । ଭାରତ କରୋନା ଟିକା ପ୍ରସ୍ତୁତ କରି ସାରା ବିଶ୍ବ ପାଇଁ ଉଦାହରଣ ସୃଷ୍ଟି କରିଛି । ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ବେସରକାରୀ ହସ୍ପିଟାଲରେ ମାତ୍ର ୨୫୦ ଟଙ୍କାରେ ମିଳୁଛି । ଦେଶବାସୀ ମୋର ପରିବାର । ସଭିଏଁ କିଭଳି ନିରୋଗ ରହିବେ ତାହା ଉପରେ ସରକାର ଦୃଷ୍ଟି ଦେଉଥିବା କହିଛନ୍ତି ମୋଦି ।