spot_img

Latest Posts

କଙ୍ଗନାଙ୍କ ବିରୋଧରେ ଓ୍ୱାରେଣ୍ଟ ଜାରି କଲେ କୋର୍ଟ, ଜାଣନ୍ତୁ କାହିଁକି

ମୁମ୍ବାଇ: ଜାଭେଦ ଅଖତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ । ଏପରିକି ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ଅନ୍ଧେରୀ ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କ ନାମରେ ଜାମିନ ଯୁକ୍ତ ଓ୍ୱାରେଣ୍ଟ ମଧ୍ୟ ଜାରି କରିଛନ୍ତି ।

ସୂଚନା ଅନୁସାରେ ମେଟ୍ରୋପୋଲିଟାନ୍ ମାଜିଷ୍ଟ୍ରେଟ୍ ଆର.ଆର.ଖାନ୍ ଜାଭେଦ ଅଖତରଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ ମୋକଦ୍ଦମା ମାମଲାରେ ମାର୍ଚ୍ଚ ୧ରେ କୋର୍ଟରେ ହାଜର ହେବା ଲାଗି ସମନ ଜାରି କରିଥିଲେ । ହେଲେ ସେ ଆସିନଥିଲେ । ଗତ ୨୦୨୦ ମସିହା ଡିସେମ୍ବର ମାସରେ ଜାଭେଦଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ଉପରେ ଯାଞ୍ଚ ଲାଗି ଜୁହୁ ପୋଲିସକୁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଥିଲେ ।

ତାଙ୍କ ନିର୍ଦ୍ଦେଶ ପରେ ଜୁହୁ ପୋଲିସ ଘଟଣାର ତଦନ୍ତ କରିଥିଲେ । ଏପରିକି ଏହି ମାମଲାରେ ଅଧିକ ଯାଞ୍ଚର ଆବଶ୍ୟକତା ରହିଛି ବୋଲି କୋର୍ଟରେ କହିଥିଲେ । ଏକ ସାକ୍ଷାତକାରର ଭିଡିଓ କ୍ଲିପ୍ ସହ ଏକ ରିପୋର୍ଟର କପି ମଧ୍ୟ କୋର୍ଟରେ ଦାଖଲ କରିଥିଲେ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଗତ ବର୍ଷ ଜୁଲାଇ ୧୯ ତାରିଖରେ କଙ୍ଗନା ଏକ ଟିଭି ସାକ୍ଷାତକାରରେ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସେ ଅଭିଯାେଗ କରିଥିଲେ । ଏପରିକି କଙ୍ଗନା ତାଙ୍କ ଛବି ବିଗାଡିବା ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ ।

Latest Posts

Don't Miss