ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୭୪ ତମ ସଂସ୍କରଣରେ ଦେଶକୁ ସମ୍ବୋଧିତ କରିଛନ୍ତି। ମୋଦି ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ଓ ଜିନିଷକୁ ନେଇ ଗର୍ବ କରିବା ଉଚିତ। ଏଥିସହ କରୋନା କାଳରେ ସମସ୍ତଙ୍କୁ ସତର୍କ ରହିବାକୁ ଆହ୍ନାନ ଦେବା ସହ କୌଣସି ପ୍ରକାର ଅବହେଳା ନ କରିବାକୁ କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତ୍ମ ନିର୍ଭର ଭାରତ’ ପାଇଁ ବିଜ୍ଞାନର ଭଲ ବ୍ୟବହାର ହେଉଛି ।ସାରା ଦେଶ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ନିଜ ଜିନିଷକୁ ନେଇ ଗର୍ବ କରିବା ଉଚିତ । ଦେଶରେ ତିଆରି ହେଉଥିବା ପ୍ରଡକ୍ଟକୁ ନେଇ ଆମେ ସମସ୍ତେ ଗର୍ବ କରିବା ଉଚିତ। ଦେଶର ବୈଜ୍ଞାନିକମାନଙ୍କ ବିଷୟରେ ଆମେ ଜାଣିବା ନିହାତି ଜରୁରୀ । ଏଥିସହିତ ମୋଦି ଦେଶବାସୀଙ୍କୁ ଦେଶର ଯୁବ ବୈଜ୍ଞାନିକ ଇତିହାସ ପଢ଼ିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି।
ଜଳ ସଂରକ୍ଷଣ ପାଇଁ ଅପିଲ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବର୍ଷା ଋତୁ ପୂର୍ବରୁ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିବା ଉଚିତ୍। ଜଳ ସଙ୍କଟର ସମାଧାନ ପାଇଁ ବର୍ଷା ଜଳର ସଞ୍ଚୟ ଜରୁରୀ । ବର୍ଷା ଜଳକୁ ନଷ୍ଟ ନକରି ସଞ୍ଚୟ କରିବା ଉଚିତ । ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବା ଉଚିତ୍ । ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଯୁବକମାନେ କୌଣସି କାମ କରିବାକୁ ପୁରୁଣା ଉପାୟରେ ନିଜକୁ ବାନ୍ଧିବା ଉଚିତ୍ ନୁହେଁ। ନିଜ ଜୀବନକୁ ନିଜେ ସ୍ଥିର କରିବା ଉଚିତ୍। ଆଜିର ଯୁବଶକ୍ତି ପାରମ୍ପରିକ ଚିନ୍ତାଧାରାର ଚାପରେ କାମ କରିବାକୁ ସକ୍ଷମ ନୁହଁନ୍ତି । ତେଣୁ ପାରମ୍ପରିକ ଚିନ୍ତାଧାରାରୁ ଟିକେ ଉପରକୁ ଉଠୁ ଯୁବଶକ୍ତି । ଯୁବଶକ୍ତି ନିଜ ତରିକାରେ କାର୍ଯ୍ୟ କରନ୍ତୁ ଓ ନିଜ ଲକ୍ଷ ନିଜେ ସ୍ଥିର କରନ୍ତୁ। ଯଦି ଆପଣଙ୍କ ପାଖରେ ବୁଦ୍ଧି, ପ୍ରତିଭା ଓ ଆତ୍ମ ବିଶ୍ୱାସ ଅଛି ତେବେ ଆପଣଙ୍କୁ ସଂସାରର କୌଣସି ଜିନିଷ ପ୍ରତି ଭୟ କରିବାର ଆବଶ୍ୟକ ନାହିଁ ।
ଏସବୁ ବ୍ୟତୀତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମସ୍ତଙ୍କୁ Warrior ହୋବାକୁ ପଡ଼ିବ worrier ନୁହେଁ । ହସି ହସି ପରୀକ୍ଷା ଦେବାକୁ ଯାଆନ୍ତୁ ଏବଂ ଅନ୍ୟ କାହା ସହ ପ୍ରତିଦ୍ୱନ୍ଦ୍ୱିତା ନକରି ନିଜ ସହ କରନ୍ତୁ ବୋଲି କହିଛନ୍ତି ମୋଦି।

