spot_img

Latest Posts

ସାଂସଦ ଅପରାଜିତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ଅପରାଜିତାଙ୍କୁ ଅଶୋକ ପଣ୍ଡାଙ୍କ ଚାରି ପ୍ରଶ୍ନ। ଭୁବନେଶ୍ବର ବିଜେପି ସାଂସଦ ଅପରାଜିତାଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ମନ୍ତ୍ରୀ ଅଶୋକ ପଣ୍ଡା। ସଂସଦରେ ସବୁ ସାଂସଦ ଉଠାଉଛନ୍ତି ନିଜ ଅଂଚଳର ସମସ୍ୟା। ସଂସଦରେ ସୁଯୋଗ ଥାଇ ବି କାହିଁକି ବାଇ ଲ ପ୍ରସଙ୍ଗ ଉଠାଇବାର ସୁଯୋଗ ହାତଛଡା କଲେ ଅପରାଜିତା  । ବାଇ ଲ ପ୍ରତ୍ୟାହାର ପାଇଁ ବିଜେଡି ବିଜେପି  କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ।

କିନ୍ତୁ ବିଜେପିର ଯେଉଁ ଟିମ୍ ମନ୍ତ୍ରୀଙ୍କୁ ଭେଟିଥିଲା ସେଥିରେ କାହିଁକି ନଥିଲେ ଅପରାଜିତା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ମନ୍ତ୍ରୀ ବିଜେଡି ସାଂସଦ ସଂସଦୀୟ ବ୍ୟପାର ମନ୍ତ୍ରୀଙ୍କୁ ଭେଟିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ଭୁବନେଶ୍ୱର ସାଂସଦଙ୍କୁ ଡ଼ାକିବା ପାଇଁ କହିଥିଲେ। ସାଂସଦ ଅନୁଭବ ମହାନ୍ତି ଯାଇଥିଲେ ସେଠାରେ ଭୁବନେଶ୍ୱର ସାଂସଦ ତାଙ୍କୁ କହିଥିଲେ ମୁଁ ଯାହା କହିବି ପାର୍ଟିରେ କହିବି ସରକାରଙ୍କ ଆଗରେ କହିବି ନାହିଁ। ଏହା ଯଦି ସତ, ତେବେ ମନ୍ତ୍ରୀ ଡ଼ାକିବା ପରେ ନଯିବା ଗଣତନ୍ତ୍ର ପ୍ରକ୍ରିୟାରେ ବ୍ୟତିକ୍ରମ ନୁହେଁ କି।

ଏନ ଏମ ଏ ପାଇଁ ଭାରପ୍ରାପ୍ତ ଅଧିକାରୀ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦେଶକ ନୁହନ୍ତି। ଆର୍ଟିକିଲ ୨୦ C ଅନୁଯାୟୀ ଭାରପ୍ରାପ୍ତ ଅଧିକାରୀ ହେଉଛନ୍ତି ଏଏସଆଇ କଲିକତାର ରିଜିଓନାଲ ଡାଇରେକ୍ଟର। କାହିଁକି ଲୋକପ୍ରତିନିଧି କହି ବୁଲୁଛନ୍ତି ରାଜ୍ୟ ସରକାର ଅବହେଳା କରିଛନ୍ତି। ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ଅପରାଜିତା ଷଡ଼ଙ୍ଗୀ।

Latest Posts

Don't Miss