ବାଇ ଲ’ ପ୍ରତ୍ୟାହାର ଦାବି କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା: ଭୁଆଁ ନବୁଲାଇବାକୁ ବିଜେପି ନେତାଙ୍କୁ ପରାମର୍ଶ
1 min readଭୁବନେଶ୍ୱର: ବାଇ ଲ’ ତୁରନ୍ତ ପ୍ରତ୍ୟାହାର ହେଉ । ବାଇ ଲ’ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏହି ଦାବି ରଖିଛନ୍ତି । ବାଇ ଲ’କୁ ସ୍ଥଗିତ ନୁହେଁ, ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେ ଦାବି ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଭିନ୍ନ ଭିନ୍ନ ମତକୁ ନାପସନ୍ଦ କରିବା ସହ ଲୋକଙ୍କୁ ଭୁଆଁ ନବୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରତାପ । ଐତିହ୍ୟ କ୍ଷେତ୍ର ବିକାଶରେ ଏହା ବାଧକ ସାଜୁଥିବାରୁ ବାଇ ଲ’ର ତୁରନ୍ତ ପ୍ରତ୍ୟାହାର ନେଇ ପ୍ରତାପ ପ୍ରତିକ୍ରିୟା ରଖିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏନ୍ଏମ୍ଏ ଦ୍ୱାରା ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଇଁ ବାଇ ଲ’ ଜାରି କରାଯାଇଛି । ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ବିକାଶମୂଳକ କାର୍ଯ୍ୟରେ ବାଧ ଉପୁଜିବ । ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ପୁରୀ ଜଗନ୍ନାଥଙ୍କ ମନ୍ଦିର ପାଇଁ ଲାଗୁ ବାଇ ଲ’କୁ ପ୍ରତ୍ୟାହାର କରାଯାଇଛି । କିନ୍ତୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରଙ୍କ ପାଇଁ ବାଇ ଲ’ ବଳବତ୍ତର ରହିଛି । ଏହାକୁ ନେଇ ମଧ୍ୟ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ପ୍ରତିବାଦରେ ଫେବୃଆରୀ ୧୬ ତାରିଖ ସକାଳ ୧୦ଟାରେ ଘଣ୍ଟମାଡ଼ କରାଯାଇଥିଲା । NMA ବାଇ-ଲ’ ପ୍ରତ୍ୟାହାର ଦାବିରେ ପ୍ରତିବାଦ କରିବାକୁ ନିଖିଳ ଓଡ଼ିଶା ସେବାୟତ କମିଟି ଆହ୍ୱାନ ଦିଆଯାଇଥିଲା ।
ଏଥିସହିତ ପଢ଼ନ୍ତୁ ରାମଦେବଙ୍କ କରୋନା ଔଷଧକୁ ଗ୍ରୀନ୍ ସିଗନାଲ୍: ବଜାରରେ ପ୍ରବେଶ କଲା କରୋନିଲ୍