ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ୧ ଲକ୍ଷ ଟଙ୍କା ଲୁଟୁନେଲେ ଦୁର୍ବୃତ୍ତ
କଟକ: ବଡମ୍ବା ଥାନା ଗୋପାଳପୁର ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ । ତିନି ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ୧ ଲକ୍ଷ ୩ ହଜାର ଟଙ୍କା ଲୁଟିନେଇଛନ୍ତି । ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୦ ବେଳେ ୩ ଜଣ ଦୁର୍ବୁତ୍ତ ମୋଟର ସାଇକେଲରେ ଆସି ପେଟ୍ରୋଲ ପକାଇବାକୁ କହିଥିଲେ । ପେଟ୍ରୋଲ ପକାଇବା ପରେ ଟଙ୍କା ମାଗିବାରୁ ଟଙ୍କା ଦେବୁନାହିଁ କହିବା ସହ କର୍ମଚାରୀଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇନେଇଥିଲେ । ଆକ୍ରମଣରେ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଛି । ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଏଥିସହିତ ପଢ଼ନ୍ତୁ: ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା