ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା
2 min readପୁରୀ: ବଲିଉଡ ଅଭିନେତ୍ର୍ରୀ କଙ୍ଗନା ରଣାୱତ ଶୁକ୍ରବାର ସକାଳୁ ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଛନ୍ତି କଙ୍ଗନା ।ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।
We always see Krishna with Radha or Rukmani(Laxmi) but in Puri Jagannath Lord Krishna is placed with his siblings, Balrama n Subhadra(Arjun’s wife, Abhimanyu’s mom)
Pulsating with the energy of his heart chakra whole place has a healing and soothing sweetness to it,enchanted ❤️ pic.twitter.com/ogHLeSRKqR— Kangana Ranaut (Modi Ka Parivar) (@KanganaTeam) February 19, 2021
ତେବେ ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ଟ୍ୱିଟ୍ କରି ଜଣାଇଛନ୍ତି କଙ୍ଗନା ରାଣାଓ୍ୱତ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଆମେ ରାଧା ଏବଂ ଋକ୍ମଣୀଙ୍କୁ (ଲକ୍ଷ୍ମୀ) ଦର୍ଶନ କରିଆସୁଛେ, କିନ୍ତୁ ପୁରୀ ଜଗନ୍ନାଥରେ ଭଗବାନ କୃଷ୍ଣ ନିଜ ଭାଇ ଭଉଣୀଙ୍କ ସହ ଦର୍ଶନ ଦେଉଛନ୍ତି ।
So close to Krishna’s heart, tom morning I will meet him…. do you know what I am talking about? Watch this video and let me know your analogy why he left his heart behind like this in Puri ….https://t.co/XUKGgfseVL
— Kangana Ranaut (Modi Ka Parivar) (@KanganaTeam) February 18, 2021
ଗତବର୍ଷ ଡିସେମ୍ୱର ମାସରେ ହିଁ କଙ୍ଗନା ମହାପ୍ରଭୁଙ୍କ ଦର୍ଶନ ଲାଗି ଆଗ୍ରହ ପ୍ରକାଶ କରିଥିଲେ । ଏଣୁ ସେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ଓ୍ୱାଇ ସିକ୍ୟୁରିଟି ମଧ୍ୟରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ପହଞ୍ଚିବା ପରଠୁ ହିଁ ପୁରୀରେ ଜଗା ଦର୍ଶନ କରିବାକୁ ଆସିଥିବା ନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ହିଣ୍ଟସ୍ ଦେଇଆସିଥିଲେ ।