କୋଭିଡ୍ ଟିକାକରଣ ନେଇ ଭାରତକୁ WHOର ପ୍ରଶଂସା
1 min readନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଭାରତର ପ୍ରୟାସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି । ଡବ୍ଲୁଏଚର ଭାରତ ପ୍ରତିନିଧି ଡକ୍ଟର ରଡେରିକୋ ଅଫରିନ୍ କହିଛନ୍ତି- ଭାରତ ଟିକାକରଣ କାର୍ଯ୍ୟକ୍ରମ ପୂରା ସମର୍ପଣ ଓ ତାକତ ସହ କରୁଛି । ଭାରତରେ ଟିକାକରଣ ବେଶ୍ ସଫଳ ହୋଇଥିବା ସେ କହିଛନ୍ତି । ପ୍ରାୟ ୨୨ ଦିନ ମଧ୍ୟରେ କୋଭିଡ୍ ଟିକା ୬୦ ଲୋକଙ୍କୁ ଦିଆଯାଇଛି । ଭ୍ୟାକ୍ସିନର ଗତି ଦେଖିଲେ ଏହା ସବୁଠୁ ଆଗରେ ବୋଲି ଆମେ କହିପାରିବା ।
Over three months now, cases of COVID-19 in India have been consistently going down… Considering the magnitude of the population…it's something the Government of India should be very very proud of: Dr Roderico Ofrin, World Health Organization country representative to India pic.twitter.com/ontttx7Bzj
— ANI (@ANI) February 11, 2021
ସେ ଆହୁରି କହିଛନ୍ତି- ପ୍ରାୟ ତିନି ମାସ ହେଲା ଭାରତରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ଯଦି ବଡ଼ ଜନସଂଖ୍ୟା ଦୃଷ୍ଟିରୁ ଦେଖିବା ତ ଏହା ଭାରତ ସରକାରଙ୍କ ଲାଗି ବହୁତ ଗର୍ବର ବିଷୟ ।
ଗୌରବର କଥା ହେଉଛି କରୋନା ମହାମାରୀ ବେଳେ ଭାରତ କେବଳ ନିଜ ଦେଶବାସୀଙ୍କୁ ଟିକାକରଣରେ ସାମିଲ୍ କରିନାହିଁ ବରଂ ଅନ୍ୟ ଦେଶକୁ ସହାୟତା ଯୋଗାଉଛି । ଭାରତ ଫେବ୍ରୁଆରୀ ମାସରେ ବାଣିଜ୍ୟ ଭିତ୍ତିରେ ୨୫ଟି ଦେଶକୁ ୨.୪ କୋଟି ଭ୍ୟାକ୍ସିନ୍ ଡୋଜ୍ ପଠାଇବା ଲାଗି ମଞ୍ଜୁରୀ ଦେଇଛି । ଜାନୁଆରୀରେ ଭାରତ ୧.୦୫ କୋଟି ଭ୍ୟାକ୍ସିନ୍ ଅନ୍ୟ ଦେଶକୁ ରପ୍ତାନୀ କରିଥିଲା ।
ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା ଭ୍ୟାକ୍ସିନର ୧.୬୭ କୋଟି ଡୋଜ୍ ୨୦ଗୋଟି ଦେଶକୁ ଦିଆଯାଇଛି । ଏଥିରୁ ଭାରତ ପ୍ରାୟ ୬୩ ଲକ୍ଷ ଡୋଜ୍ ୧୩ ଗୋଟି ଦେଶକୁ ମାଗଣାରେ ଦିଆଯାଇଛି ।