spot_img

Latest Posts

HCLର ହେଲା ବଡ଼ ଲାଭ, କର୍ମଚାରୀଙ୍କୁ ଦେବ ୭୦୦ କୋଟି ଟଙ୍କାର ସ୍ପେଶାଲ୍ ବୋନସ୍

ନୂଆଦିଲ୍ଲୀ: ଦେଶର ଜଣାଶୁଣା କମ୍ପାନୀ HCL ଟେକ୍ନୋଲଜି ନିଜ କର୍ମଚାରୀକୁ ବୋନସ ଦେବାକୁ ଘୋଷଣା କରିଛି। ନିକଟରେ କମ୍ପାନୀ ପାଖାପାଖି ୧୦ ଅରବ ଆମେରୀକିୟ ଡଲାର୍ ଆୟ କରିଛି । ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୭୨ ହଜାର ୮ଶହ କୋଟି ଟଙ୍କା ହେବ । ତେବେ ଏତେ ବଡ଼ ଆୟ ହେବା ପରେ ବର୍ତ୍ତମାନ କମ୍ପାନୀ ନିଜ କର୍ମଚାରୀଙ୍କ ପାଇଁ ୭୦୦ କୋଟିରୁ ଅଧିକ ଟଙ୍କାର ବୋନସ୍ ଘୋଷଣା କରିଛି।

ସୂଚନା ଅନୁଯାୟୀ, HCL ଟେକ୍ ଏକ ବିବୃତ୍ତିରେ କହିଛି ଯେ ଫେବୃଆରୀ ୨୦୨୧ରେ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ବୋନସ୍ ପ୍ରଦାନ କରାଯିବ ଏବଂ ଏହାର ପ୍ରଭାବ କମ୍ପାନୀର ଆର୍ଥିକ ବର୍ଷ ୨୦୨୦-୨୧ର EBIT ପୂର୍ବାନୁମାନର ଅନ୍ତର୍ଭୂକ୍ତ ନୁହେଁ।

କାହିଁକି ଦେଉଛି ବୋନସ?

ସୂଚନା ମୁତାବକ ଏଚସିଏଲ ଟେକ୍ନୋଲୋଜି କହିଛି ଯେ ୨୦୨୦ରେ କମ୍ପାନୀ ୧୦ ଅରବ ଆମେରୀକିୟ ଡଲାର ଇନକମ ଲେଭଲ୍ ପାର୍ କରିବା ଖୁସିରେ, ସାରା ବିଶ୍ୱର ନିଜ କର୍ମଚାରୀଙ୍କୁ ବିଶେଷ ବୋନସ ଦେବାକୁ ଘୋଷଣା କରିଛି। ଏଥିପାଇଁ କମ୍ପାନୀ ୭ ଶହ କୋଟି ଟଙ୍କାରୁ ଅଧିକ ଆୟ କରିଛି। କମ୍ପାନୀ କହିଛି ଯେ ଏକବର୍ଷ କିମ୍ବା ଅଧିକ ଦିନ କାମ କରିଥିବା ପ୍ରତ୍ୟେକ କର୍ମଚାରୀଙ୍କୁ ଦଶ ଦିନର ଦରମା ଭଳି ବୋନସ ମିଳିବ।

ଏଚସିଏଲ ଟେକ୍ନୋଲୋଜିର ମୁଖ୍ୟ HR ଆପାରାଓ ଭିଭି କହିଛନ୍ତି ଯେ ମହାମାରୀ ସତ୍ତ୍ୱେ HCL ପରିବାରର ପ୍ରତ୍ୟେକ ସଦସ୍ୟ ନିଜର ଦୃଢ଼  ପ୍ରତିବଦ୍ଧତା ଏବଂ ଉତ୍ସାହ ପ୍ରଦର୍ଶନ କରିଥିଲେ ଏବଂ ସଂଗଠନର ଅଭିବୃଦ୍ଧିରେ ସହଯୋଗ କରିଥିଲେ। ୨୦୨୦ ଡିସେମ୍ବର ୩୧ ସୁଦ୍ଧା, କମ୍ପାନୀର ପ୍ରାୟ  ୧ ଲକ୍ଷ ୬୯ ହଜାର ୬୮୨ ଜଣ କର୍ମଚାରୀ ଫୁଲଟାଇମ୍ କାମ କରିଥିଲେ। ତେଣୁ କମ୍ପାନୀର ଯାହା ବି ଲାଙ ହୋିଛି କେବଳ ସେହି କର୍ମଚାରୀଙ୍କ ପାଇଁ । କମ୍ପାନୀ କର୍ମଚାରୀଙ୍କୁ ନିଜର ସବୁଠୁ ମୂଲ୍ୟବାନ ସମ୍ପତ୍ତି ବୋଲି କହିଛି । ଏଥିସହିତ ସମଲସ୍ତ କର୍ମଚାରୀ ଓ ତାଙ୍କ ପରିବାର ଲୋକଙ୍କୁ ଧନ୍ୟବାଦ ଜଣାଇଛି। ଏହା ବ୍ୟତୀତ ଏହି ଖାସ୍ ମୌକାକୁ ସମସ୍ତେ ମିଶି ପରେ ସେଲେବ୍ରେଟ କରିବେ ବୋଲି ମଧ୍ୟ କମ୍ପାନୀ କହିଛି।

Latest Posts

Don't Miss