୨୯ ଲକ୍ଷ ନେଲେ ଆସିଲେନି, ସନ୍ନି ଲିଓନୀଙ୍କୁ ଜେରା କଲା କ୍ରାଇମ ବ୍ରାଞ୍ଚ୍

ଥିରୁଅନନ୍ତପୁରମ୍: ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନୀଙ୍କ ବିରୁଦ୍ଧରେ ଆସିଛି ସଙ୍ଗୀନ ଅଭିଯୋଗ। ଦୁଇଟି ଇଭେଣ୍ଟରେ ଯୋଗ ଦେବେ ବୋଲି କହି ସେ ଧୋକା ଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଏହି ଇଭେଣ୍ଟ ଦ୍ବୟରେ ଯୋଗ ଦେବେ ବୋଲି କହି ସେ ୨୯ ଲକ୍ଷ ଟଙ୍କାର ଅଗ୍ରୀମ ନେଇଛନ୍ତି ବୋଲି ଥିରୁଅନନ୍ତପୁରମ୍ର ଏକ ଥାନରାରେ ଅଭିଯୋଗ ହୋଇଛି। ଏନେଇ କେରଳ କ୍ରାଇମବ୍ରାଞ୍ଚ ପକ୍ଷରୁ ସନ୍ନିଙ୍କୁ ଜେରା କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ପେରୁମ୍ବାଭୁର ବାସିନ୍ଦା ଆର୍ ସିୟାଜ୍ ଆୟୋଜନ କରିବାକୁ ଥିବା ଦୁଇଟି ଇଭେଣ୍ଟ ପାଇଁ ସନ୍ନି ତାଙ୍କଠାରୁ ୨୯ ଲକ୍ଷ ଟଙ୍କା ଅଗ୍ରୀମ ନେଇଥିଲେ । କିନ୍ତୁ ସେ ଏହାକୁ ପରେ ଖାତିର କରି ନଥିଲେ। ଏହାକୁ ଭିତ୍ତି କରି ଏକ ଅର୍ଥନୀତିକ ଠକେଇ ଅଭିଯୋଗ ସିୟାଜ୍ ରାଜ୍ୟ ପୁଲିସ ମୁଖ୍ୟଙ୍କ ନିକଟରେ ଦାଖଲ କରିଥିଲେ। ଏହି ଅଭିଯୋଗକୁ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବାକୁ ଯାଇ ସନ୍ନିଙ୍କୁ ଜେରା କରିଛନ୍ତି। ଥିରୁଅନନ୍ତପୁରମର ପୂବାର୍ଠାରେ ସନ୍ନି ଏକ ସିନେମା ଶୁଟିଂ ପାଇଁ ଆସିଥିବା ବେଳେ ସେଠାରେ ତାଙ୍କୁ ଜେରା କରାଯାଇଥିଲା।

Leave a Reply