spot_img

Latest Posts

ରାମ ମନ୍ଦିର ନେଇ ଚାନ୍ଦା ସଂଗ୍ରହ: ‘ବିଚାରଧାରା ସହ ଜଡ଼ିତ ପ୍ରସଂଗରେ ଆଲୋଚନା ଜରୁରୀ’

ନୂଆଦିଲ୍ଲୀ: କଂଗ୍ରେସ ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ୍ ଇଣ୍ଡିଆ (ଏନ୍ଏସୟୁଆଇ) ପକ୍ଷରୁ ରାମ ମନ୍ଦିର ନିର୍ମାଣ ନେଇ ରାଜସ୍ଥାନରେ ଚାନ୍ଦା ଏକତ୍ର କରାଯିବା ପରିପ୍ରେକ୍ଷୀରେ ପାର୍ଟିର ବରିଷ୍ଠ ନେତା ମନୀଷ ତିଓ୍ୱାରୀ ଶୁକ୍ରବାର କହିଛନ୍ତି ଯେ, ପାର୍ଟି ଭିତରେ ବିଚାରଧାରା ସହ ଜଡ଼ିତ କିଛି ମୁଖ୍ୟ ପ୍ରସଂଗ ଉପରେ ଚର୍ଚ୍ଚା କରିବାର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଏନ୍ଏସୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିରଜ କୁନ୍ଦନ କହିଛନ୍ତି ଯେ, ସଂଗଠନ ପକ୍ଷରୁ ରାମ ମନ୍ଦିର ନେଇ ରାଷ୍ଟ୍ରୀୟସ୍ତରରେ ଚାନ୍ଦା ସଂଗ୍ରହ କରାଯାଉନାହିଁ । ଏବଂ ଏନ୍ଏସୟୁଆଇର ରାଜସ୍ଥାନ ଶାଖା ମନ୍ଦିର ନାଁରେ ଭାଜପା ଏବଂ ଆରଏସ୍ଏସ୍ ଲୁଟର ରୋଜଗାର ଉଜାଗର କରିବା ପାଇଁ ଚାନ୍ଦା ଆଦାୟ କରିଛନ୍ତି ।          ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ତିଓ୍ୱାରୀ ରାଜସ୍ଥାନରେ ଏନ୍ଏସ୍ ୟୁଆଇ ପକ୍ଷରୁ ଚାନ୍ଦା ଆଦାୟ ସମ୍ପର୍କିତ ବଡ଼ ଖବର ସୂଚିତ କରି ଟ୍ୱିଟ୍ କରିଛନ୍ତି । ସେଥିରେ ରାମ ମନ୍ଦିର ନେଇ ଏନ୍ଏସୟୁଆଇ ପକ୍ଷରୁ ଚାନ୍ଦା ଏକତ୍ର  କରିବା କଥାକୁ ପୁଣି ରେଖାଙ୍କିତ କରିଛନ୍ତି । କଂଗ୍ରେସ ଭିତରେ ବିଚାରଧାରା ସହିତ ଜଡ଼ିତ ପ୍ରସଂଗରେ କଠୋର ପ୍ରସଂଗ ଭିତ୍ତିକ ଆଲୋଚନାର ଆବଶ୍ୟକତା ରହିଛି । କଂଗ୍ରେସ ଏକ ଧର୍ମନିରପେକ୍ଷ ଦଳ । ଧର୍ମନିରପେକ୍ଷର ଅର୍ଥ ଧର୍ମ ଏବଂ ଶାସନ ବ୍ୟବସ୍ଥାର ଭିନ୍ନ ଭିନ୍ନ ହେବା । ନଚେତ ସର୍ବଧର୍ମ ସମଭାବ ।

ଏଥିସହିତ ପଢ଼ନ୍ତୁ: ଟିକା ସ୍କାମ୍ : ପରିବାର,ବନ୍ଧୁଙ୍କୁ ସ୍ୱାସ୍ଥ୍ୟକର୍ମୀ କହି ଟିକା ଦେଉଛନ୍ତି ଡାକ୍ତର

ଅପରପକ୍ଷରେ ନିରଜ କୁନ୍ଦନ କହିଛନ୍ତି , ଏନ୍ଏସୟୁଆଇ ପ୍ରମୁଖ ଭାବେ ମୁଁ ସ୍ପଷ୍ଟ କରୁଛି ଯେ, ରାମ ମନ୍ଦିର ନେଇ ଚାନ୍ଦା ଏକତ୍ର କରିବାକୁ ନେଇ ଆମେ କୌଣସି ରାଷ୍ଟ୍ରୀୟ ଅଭିଯାନ ଆରମ୍ଭ କରିନାହୁଁ ।

Latest Posts

Don't Miss