spot_img

Latest Posts

ଦିଲ୍ଲୀ ହିଂସାକାଣ୍ଡ ଘଟଣାରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣାରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ। କେନ୍ଦ୍ର ସରକାର ଏନେଇ ପଦକ୍ଷେପ ନେଉଛନ୍ତି, ତେଣୁ ଏନେଇ ସରକାରଙ୍କ ଆଗରେ ଅପିଲ୍ କରିବାକୁ ସର୍ବୋଚ୍ଚ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।

ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀ ସଂଗଠନ ଆସନ୍ତା ୬ ତାରିଖରେ ତିନି ଘଣ୍ଟିଆ ଚକା ଜାମ ଡାକରା ଦେଇଛି। ହେଲେ ଦିଲ୍ଲୀ-ଏନସିଆରରେ ଏପରି କିଛି ହେବ ନାହିଁ ବୋଲି କିଷାନ ନେତା ରାକେଶ ଟିକାୟତ ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସରେ ଯାହା ହେଲା ତାର ତଦନ୍ତ ହେବା ଦରକାର ବୋଲି ରାକେଶ ଦାବି ଦୋହରାଇଛନ୍ତି।

ଟିକାୟତ କହିଛନ୍ତି, ‘ଚାଷୀ ଆନ୍ଦୋଳନ କେବେ ବି ଦୁର୍ବଳ ହୋଇନି। ଲଗାତର ଲଢ଼େଇ ଜାରି ରହିଛି। କିନ୍ତୁ ୬ ତାରିଖରେ ଦିଲ୍ଲୀ ଘେରିବାର କୌଣସି କାର୍ଯ୍ୟକ୍ରମ ନାହିଁ। କିନ୍ତୁ ଆମେ କୌଣସି ଚାପରେ ଦବି ଯିବୁନି କି ପଛକୁ ହଟିବୁନି।’ ସେହିପରି ଆନ୍ଦୋଳନ ସ୍ଥଳ ଖାଲି କରିବାକୁ ପ୍ରଶାସନ ଚାପ ପକାଉଛି। ପୋଲିସ ଯଦି ତାଙ୍କୁ ହଟାଇବାକୁ ଚାହିଁବ ତେବେ ଗୁଣ୍ଡା ନଲଗାଇ ପୋଲିସ ନିଜେ ହଟାଉ ବୋଲି ଟିକାୟତ କହିଛନ୍ତି ।

Latest Posts

Don't Miss