spot_img

Latest Posts

ଦ୍ୱିତୀୟ ଦିନରେ ଝରାଫୁଲ ଅଭିଯୁକ୍ତକୁ ମାରାଥନ ଜେରା, ଅଧିକ ଜେରା ପାଇଁ ଆସିପାରେ ଭୁବନେଶ୍ୱର

ଭୁବନେଶ୍ୱର: ଝରାଫୁଲ ନାୟକ ମୃତ୍ୟୁ ରହସ୍ୟ ଉପରୁ ହଟିବାରେ ଲାଗିଛି ପରଦା। ଜେରାରେ ଖୋଲୁଛି ଗୋଟିଏ ପରେ ଗୋଟିଏ ସତ। ଦ୍ୱିତୀୟ ଦିନରେ ବୟଫ୍ରେଣ୍ଡ ରାକେଶ ସ୍ୱାଇଁକୁ ମାରାଥନ ଜେରା କରୁଛି ଯାଜପୁର କୁଆଖିଆ ପୋଲିସ। ଆଜି ସକାଳୁ ଅଭିଯୁକ୍ତ ରାକେଶର ଡାକ୍ତରୀ ମାଇନା କରାଯାଇ କୁଆଖିଆ ଥାନାରେ ପଚରାଉଚରା ଜାରି ରହିଛି। ଅଧିକ ତଦନ୍ତ ପାଇଁ ଆଜି ଅଭିଯୁକ୍ତ ରାକେଶ କୁ ଭୁବନେଶ୍ୱର ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ସେପଟେ ତଦନ୍ତ ଜାରି ରହିଛି, ଖୁବଶୀଘ୍ର ଘଟଣାର ପର୍ଦାଫାସ କରାଯିବ ବୋଲି ଯାଜପୁର ଏସ.ପି ସୂଚନା ଦେଇଛନ୍ତି। ରିମାଣ୍ଡର ପ୍ରଥମ ଦିନରେ ଝରାଫୁଲଙ୍କ ବାପା, ଭାଇ ଓ ରାକେଶକୁ ମୁହାଁମୁହିଁ ଜେରା କରାଯାଇଛି।

ଯାଜପୁର ରାଜେନ୍ଦ୍ରପୁରର କ୍ରାଇମ ସ୍ପଟରେ ଝରାଫୁଲଙ୍କ ମୃତଦେହ ଫୋପାଡିବାର ଡେମୋ ଦେଖାଇଛି ରାକେଶ। ଆଜି ଭୁବନେଶ୍ୱର ଗେଷ୍ଟ ହାଉସରେ ହୋଇପାରେ କ୍ରାଇମ ସିନ୍ ରିକ୍ରିଏସନ୍। ଝରାଫୁଲ ଓ ରାକେଶ ରାତି ବିତାଇଥିବା ଭୁବନେଶ୍ୱର ଧର୍ମବିହାର ସ୍ଥିତ ଗେଷ୍ଟ ହାଉସରେ ରହସ୍ୟମୟ ରାତିର ରାଜ୍ ଖୋଲିବ ରାକେଶ। ଜାନୁଆରୀ ୨୬ ରାତିରେ ରୁମ୍ ନମ୍ବର ୨୦୧ରେ ଘଟିଥିଲା କଣ ତାର ଟିଟବିଟ୍ ପୋଲିସକୁ କହିବ ରାକେଶ। ଗେଷ୍ଟ ହାଉସର ରୁମ ନମ୍ବର ୨୦୧ରେ କଣ ଘଟିଥିଲା ? ରାତିରେ ଗେଷ୍ଟ ହାଉସକୁ କିଏ କିଏ ଆସିଥିଲେ ? ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ଉଗାରିବ ରାକେଶ। ରାକେଶର ସହଯୋଗୀ ଶେଖର ଫେରାର ଥିବା ବେଳେ, ଏଯାଏଁ ବ୍ୟବହୃତ ସ୍କୁଟି ଜବତ କରିପାରିନି ପୋଲିସ। ଆଶା ୩ ଦିନିଆ ରିମାଣ୍ଡରେ ପୋଲିସକୁ ଝରାଫୁଲ ମୃତ୍ୟୁର ଅସଲ କାରଣ ଜଣାପଡିବ।

 

Latest Posts

Don't Miss