spot_img

Latest Posts

ବରଗଡ଼ ଜିଲ୍ଲା ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ 5t ସଚିବ ଭିକେ ପାଣ୍ଡିଆନ୍

ବରଗଡ଼: ଆଜି ବରଗଡ଼ ଜିଲ୍ଲା ଗସ୍ତ କରିବେ 5t ସଚିବ ଭିକେ ପାଣ୍ଡିଆନ୍। ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ବରଗଡ଼ ଓ ବଲାଙ୍ଗୀର ଗସ୍ତରେ 5tସଚିବ ଭିକେ ପାଣ୍ଡିଆନ୍। ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ରେ ସେଠାରୁ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। 5t ସଚିବଙ୍କ ସହିତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ବରଗଡ ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବରଗଡ଼ ପରେ ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠ ବୁଲିବା କାର୍ଯ୍ୟକ୍ରମ ରହିଛି। ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ମଧ୍ୟ ତଦାରଖ କରିବେ।

Latest Posts

Don't Miss