spot_img

Latest Posts

ରାଜଧାନୀରେ ନକଲି ସାମଗ୍ରୀର ରାଜ୍‌, ଖାଦ୍ୟ ପରେ ଭେଜାଲ ସଫ୍ଟ ଡ୍ରିଙ୍କସ୍‌

ଭୁବନେଶ୍ୱର: କରୋନା ଭୂତାଣୁ ଠାରୁ ଏବେ ଅଧିକ କ୍ଷତିକାରକ ହେଲାଣି ନକଲି ଜିନିଷ। ରାଜ୍ୟରେ କରୋନା ଡାଉନ ଟ୍ରାକ୍‌ରେ ଥିବା ବେଳେ ଉପର ଟ୍ରାକ୍‌ରେ ରହିଛି ନକଲି ସାମଗ୍ରୀ। ସିଲଭର ସିଟି କଟକ ପରେ ଏବେ ରାଜଧାନୀରେ ନକଲି ସାମଗ୍ରୀର ପସରା ମେଲିଛି । ବାରମ୍ବାର ଗୋଟିଏ ପରେ ଗୋଟିଏ ସ୍ଥାନରେ ରେଡ ହେଉଛି। କେତେବେଳେ ଭେଜାଲ ତେଲ ତ ପୁଣି କେତେବେଳେ ଭେଜାଲ ଆଚାର। ଏବେ ପୁଣି ରାଜଧାନୀରେ ମିଳିଛି ଭେଜାଲ ସାମଗ୍ରୀ।

ଖାଦ୍ୟ ପରେ ଥଣ୍ଡା ପାନୀୟ ମଧ୍ୟ ଭେଜାଲ। ମୃଦୁ ପାନୀୟ ନାଁରେ ବିଷ ଦେଉଛି ଭେଜାଲ କମ୍ପାନୀ। ନାଁ ନକଲି ମାଲ୍ ବି ନକଲି। ଭୁବନେଶ୍ବରରେ ଅପମିଶ୍ରିତ ସଫ୍ଟ ଡ୍ରିଙ୍ଗସ କାରଖାନାରେ ରେଡ୍ ହୋଇଛି। ମଞ୍ଚେଶ୍ୱର ଅଞ୍ଚଳରେ ସଫ୍ଟ ଡ୍ରିଙ୍ଗସ ଅପମିଶ୍ରଣ ହୋଇଥିବା ଅଭିଯୋଗ। ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ରେଡ୍ କରିଛି। ବିନା ଲାଇସେନ୍ସରେ ବିକ୍ରି ହେଉଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ। ଚଢାଉ ବେଳେ ବିପୁଳ ପରିମାଣର ଅପମିଶ୍ରିତ ସଫ୍ଟ ଡ୍ରିଙ୍ଗସ ଜବତ ହୋଇଛି।

Latest Posts

Don't Miss