ଭିଜିଲାନ୍ସ ଜାଲରେ ଅବକାରୀ ସବ୍‌-ଇନ୍‌ସ୍‌ପେକ୍ଟର

1 min read

ସମ୍ବଲପୁର: ପୁଣି ଜଣେ ସରକାରୀ ବାବୁ ପଡ଼ିଲେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ କଲା ରେଡ୍‌ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର । ଝାରସୁଗଉଡ଼ା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର ଥିବା ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ସ୍ଥିତ ତାଙ୍କ ଘରେ ରେଡ୍‌ କରିବା ସହ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ । ସମ୍ବଲପୁର ସହରର ତିନିଟି ସ୍ଥାନ ସହିତ ବେଲପାହାଡରେ ମଧ୍ୟ ରେଡ୍‌ ଚାଲିଥିବା ସୂଚନା ଦେଇଛନ୍ତି ଡିଏସପି ଭିଜିଲାନ୍ସ ।

ଗତ କିଛି ମାସ ହେବ ଲଗାତାର ଭାବେ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ଉପରେ ଚଢ଼ାଉ ଚାଲିଛି । ଅନେକ ବଡ଼ ବଡ଼ ଅଫିସର ଓ କିରାଣୀଙ୍କ ଘରେ ଭିଜିଲ୍ଲାନ୍ସ ଚଢ଼ାଉ କରି ଆୟ ବର୍ହିଭୂତ ସମ୍ପତି ଜବତ କରୁଛି । ଅନେକଙ୍କୁ ଗିରଫ ମଧ୍ୟ କରାଯାଉଛି । ଖାଲି ସେତିକି ନୁହେଁ ଅନେକଙ୍କ ଚାକିରିର ମଧ୍ୟ ଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି ଯୋଗୁଁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସ୍ଥାନ ନାହିଁ ବୋଲି ସରକାର ବାରମ୍ବାର କହୁଛନ୍ତି । ଏଭଳି ଭିଜିଲାନ୍ସ ରେଡ୍‌ ଆଗକୁ ଜାରି ରହିବ । ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ନିସ୍ତାର ନାହିଁ । ଯିଏ ଦୁର୍ନୀତି କରିବ ସେ ଫସିବ ବୋଲି ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ।

Leave a Reply