ରେଳବାଇର ଖାସ୍ ସେବା; ଘରୁ ଟ୍ରେନ୍ ଯାଏଁ ପହଞ୍ଚାଇବ ଯାତ୍ରୀଙ୍କ ସାମଗ୍ରୀ

1 min read
RPF Detained Man From Mahananda Express, Seized 59 Lakhs Bihar Election

ଅହମ୍ମଦାବାଦ: ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଆପଣଙ୍କ ପାଖରେ ଥିବା ଭାରୀ ସାମଗ୍ରୀ ପାଇଁ ଚିନ୍ତିତ ରହୁଛନ୍ତି । ତାହେଲେ ଏହି ସମସ୍ୟା ଏବେ ଦୂର ହେବାକୁ ଯାଉଛି । ଭାରତୀୟ ରେଳବାଇ ପକ୍ଷରୁ ଖୁବଶୀଘ୍ର ଆପଣଙ୍କ ସାମଗ୍ରୀକୁ ଘରୁ ଆଣି ଆପଣଙ୍କ ରିଜର୍ଭ ସିଟ୍/ବର୍ଥ କିମ୍ବା ଆପଣଙ୍କ ଗନ୍ତବ୍ୟ ସ୍ଥଳ ଯାଏଁ ପହଞ୍ଚାଇବ । ଏହା ଏକ ଅନଲାଇନ୍ ସେବା ହୋଇଥିବାରୁ ମୋବାଇଲରେ ସହଜରେ ଉପଲବ୍ଧ ହେବ ।

ସୂଚନା ଅନୁଯାୟୀ, ବର୍ତ୍ତମାନ ରେଳ ଯାତ୍ରୀମାନେ ଏହି ଅନଲାଇନ୍ ରେଳ ସେବା ମାଧ୍ୟମରେ ସେମାନଙ୍କ ଲଗେଜ୍ ସହ ପାର୍ସଲକୁ ମଧ୍ୟ ପଠାଇ ପାରିବେ। ଭାରତୀୟ ରେଳ ପକ୍ଷରୁ ଅହମ୍ମଦାବାଦ ଡିଭିଜନରେ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଏହି ସେବା ଆରମ୍ଭ ହୋଇଛି।

ଯଦି ଆପଣ ରେଳବାଇ ଦ୍ୱାରା ଏହି ସେବାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣ www.bookbaggage.comରେ ରେଜିଷ୍ଟ୍ରସନ୍ କରିପାରିବେ କିମ୍ବା ମୋବାଇଲରେ bookbaggage ଆପ୍ ଡାଉନଲୋଡ୍ କରିବାକୁ ପଡିବ ।

ଏହି ୱେବସାଇଟ୍ କିମ୍ବା ଆପରେ ରେଜିଷ୍ଟ୍ରସନ୍ ପରେ ଆପଣଙ୍କୁ ରିଜର୍ଭେସନ୍ କୋଚ୍ ଏବଂ ଲଗେଜର ସୂଚନା ଆଡ୍ କରିବାକୁ ପଡିବ । ଟ୍ରେନ ଛାଡିବାର ୪ରୁ ୫ ଘଣ୍ଟା ପୂର୍ବରୁ ଆପଣଙ୍କ ଲଗେଜ ତଥା ସାମଗ୍ରୀକୁ ଆପଣଙ୍କ ଘରୁ ଅଣାଯିବା ସହ ଆପଣଙ୍କ ସିଟ ଯାଏଁ ପହଞ୍ଚାଇ ଦିଆଯିବ ।

ତେବେ ଯଦି ଗନ୍ତବ୍ୟସ୍ଥଳ ଯାଏଁ ଏହି ସେବା ପାଇବାକୁ କେହି ଯାତ୍ରୀ ଚାହୁଁଥାନ୍ତି, ତାହେଲେ ଏହି ସେବା ପାଇଁ ଆପଣଙ୍କୁ ସାମଗ୍ରୀ ଅନୁଯାୟୀ ୫୦ ଟଙ୍କାରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ।

Leave a Reply