spot_img

Latest Posts

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ମାମଲା: ଯାଜପୁର ରୋଡ୍‌ ଏସଡିପିଓଙ୍କ ସୂଚନା,୨ ଅଭିଯୁକ୍ତ ଚିହ୍ନଟ

ଯାଜପୁର: ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟା ଘଟଣା । ଘଟଣାରେ ୨ଜଣଙ୍କୁ ଚିହ୍ନଟ କରିଛି ପୋଲିସ । ତେବେ ସେମାନେ ଫେରାର ଅଛନ୍ତି । ଯାଜପୁର ରୋଡ୍ ଏସଡିପିଓ ଚିନ୍ମୟ ନାୟକ ଏନେଇ ସୂଚନା ଦେଇଛନ୍ତି । ଆଉ କିଏ ଘଟଣାରେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ତନାଘନା ଚଳାଇଛି । ମୃତ୍ୟୁ ଘଟଣାରେ ସାଙ୍ଗ ଓ ସନ୍ଦିଗ୍ଧ ଯୁବକଙ୍କ ନାଁ ସାମନାକୁ ଆସିଛି ।

ଗତ ମଙ୍ଗଳବାର ଦିନ ବସ ଯୋଗେ ଭୁବନେଶ୍ୱରରୁ ମଯୁରଭଞ୍ଜ ଯାଉଥିଲେ ଝରାଫୁଲ। ହଠାତ ଦେହ ଖରାପ ହେବାରୁ ବାଣୀବିହାରରୁ ଓହ୍ଲାଇପଡିଲେ । ତାପରେ ଅନେକ ଯୋଗାଯୋଗ କରିଥିଲେ ବି ଝରାଫୁଲ କଲ ରିସିଭ କରିନଥିଲେ । ଫୋନ ରିସିଭ କରିବା ପାଇଁ ସନ୍ଧ୍ୟା ୬ଟା ୫୦ରେ ଝରାଫୁଲଙ୍କ ଭାଇ ଚାଟ କରିଥିଲେ । ତଥାପି ଝରାଫୁଲ କଲ ରିସିଭ କରିନଥିଲେ ।

ରାତି ୧୨ଟା୩୦ ଝରାଫୁଲ ତାଙ୍କ ଭାଇଙ୍କୁ କଲ କରିଥିଲେ କିନ୍ତୁ କିଛି ଶୁଭୁନଥିଲା। ତା ପରେ ଆସିଥିଲା ଝରାଫୁଲଙ୍କ ମେସେଜ ରିପ୍ଲାଇ । ସାଙ୍ଗ ସୋନାଲୀ ପାଖରେ ଅଛି , ବ୍ୟସ୍ତ ନହେବାକୁ ଭାଇକୁ ଚାଟ କରି କହିଥିଲେ ଝରାଫୁଲ। ତେବେ ଝରାଫୁଲ ପରିବାର ସହ ଆଉ କୌଣସି ଯୋଗଯୋଗ ରଖିନଥିବା ବେଳେ ପରିବାର ପାଖରେ ଗତକାଲି ତାଙ୍କର ମୃତ୍ୟୁ ଖବର ପହଞ୍ଚିଥିଲା। ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି ।

Latest Posts

Don't Miss