ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲୁଛି ଭିତରକନିକା
ଭୁବନେଶ୍ୱର: ଦିର୍ଘଦିନ ଧରି ବନ୍ଦ ରହିବା ପରେ ଆଜିଠୁ ଖୋଲୁଛି ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯାଇଥିଲା । ଚଳିତବର୍ଷ ରାଜନଗର , ମହାକାଳପଡା , କନିକା , ଗହିରମଥା ରେଞ୍ଜରେ ୨୨ଟି କୁମ୍ଭୀର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ଭିତରକନିକାର ବିଭିନ୍ନ ନଦୀ ନାଳରେ ଗଣନା କାର୍ଯ୍ୟ କରାଯାଇଥିଲା । ଯନ୍ତ୍ର ଚାଳିତ ବୋଟିଂ ଯୋଗୁ ଗଣନା କାର୍ଯ୍ୟରେ ଅନେକ ବାଧା ଉପୁଜିଥାଏ । ତେଣୁ ଗଣନା କାର୍ଯ୍ୟକୁ ସୁରୁଖୁରୁରେ କରିବାକୁ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଥିଲା । ଆଜିଠୁ କଟକଣାରେ ଭିତରକନିକା ଖୋଲିବା ସହିତ କୋଭିଡ ନିୟମ ମାନି ପର୍ଯ୍ୟଟକ ଅଭୟାରଣ୍ୟ ବୁଲିପାରିବେ । ଅନ୍ୟପଟେ ଅଭୟାରଣ୍ୟ ମଧ୍ୟକୁ ୫୦୦ ପର୍ଯ୍ୟଟକଙ୍କ ପ୍ରବେଶ ନିଷ୍ପତ୍ତିକୁ କୋହଳ କରିବାକୁ ପର୍ଯ୍ୟଟନ ବିଭାଗକୁ ବନବିଭାଗ ତରଫରୁ ଅନୁରୋଧ କରାଯାଇଛି ।